ଦ୍ୱାଦଶତମ ସଂସ୍କରଣ ର ଅର୍ଯ୍ୟା ସମ୍ମାନ ଆଜି ଅନୁଷ୍ଠିତ

ଭୁବନେଶ୍ୱର ତା.୬/୩/୨୦୨୪ରିଖ ପରିଚୟ ଫାଉଣ୍ଡେସନର ଦ୍ୱାଦଶତମ ସଂସ୍କରଣ ର ଅର୍ଯ୍ୟା ସମ୍ମାନ ଆଜି ଅନୁଷ୍ଠିତ ହୋଇଯାଇଛି। ପରିଚୟ ର ଏହି ସଂସ୍କରଣ ରେ ବିଭିନ୍ନ ବର୍ଗରେ ଥିବା ୨୨ ଟି କ୍ଷେତ୍ରରେ ସମସ୍ତ ଆୱାଡି ଙ୍କୁ ସମ୍ମାନିତ କରାଯାଇଛି। ମହିଳା ଦିବସ ର ଅବ୍ୟବହିତ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ମହିଳା ଉଦ୍ୟୋଗୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଯୋଗ ଦେଇଥିଲେ। ପଦ୍ମଶ୍ରୀ ଗୁଲଫାମ ଅହମ୍ମଦ, ବିଶ୍ୱସ୍ତରୀୟ ଖେଳାଳୀ ଶରୋଦ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଆନନ୍ଦ, ଶ୍ରୀ ଶାଶ୍ୱତ ଯୋଶୀ , ଶ୍ରୀ ପ୍ରିୟଦର୍ଶୀ ମିଶ୍ର , ରଶ୍ମିତା ସାହୁ, ନିର୍ଦ୍ଦେଶକ ରୁଚି, ପରିଚୟ ଫାଉଣ୍ଡେସନ ର ମୁଖ୍ୟ ରୋଜାଲିନ ପାଟଶାଣୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭା ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଲାସ୍ୟକଳା ଅନୁଷ୍ଠାନ ଦ୍ୱାରା ଶିବ ତାଣ୍ଡବ ପରିବେଷଣ କରାଯାଇଥିଲା। ଯାହାର ସଂଳାପ ଲଳିତ ନାରାୟଣ ତ୍ରିପାଠୀ ଲେଖିଥିବା ବେଳେ ଗୀତ ଟି ଗାଇଛନ୍ତି କଣ୍ଠଶିଳ୍ପୀ ସୋହିନୀ ମିଶ୍ର ଓ ଅମିତ ତ୍ରିପାଠୀ । ଏହି ଦେବ ଦେବ ମହାଦେବ ଗୀତଟିର ସଙ୍ଗୀତ ନିର୍ଦ୍ଦେଶନା ଭାର ମଧ୍ୟ ଅମିତ ତ୍ରିପାଠୀ ଙ୍କ ଉପରେ ନ୍ୟସ୍ତ ଥିଲା। ସ୍ୱର ସଂଯୋଜନା କରିଥିଲେ ଲଳିତ ନାରାୟଣ ରଥ।

Leave a Reply

Your email address will not be published. Required fields are marked *