ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ

କେନ୍ଦ୍ର ସରକାର ଙ୍କ ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଧାମନଗର ବ୍ଲକ ର ଅସୁରାଳି ଠାରେ ରାଜ୍ଯ ର ପଞ୍ଚମ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଉଦଘାଟିତ ହୋଇଯାଇଛି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ରେ ଏହାକୁ ଉଦଘାଟନ କରିଥିଲେ ଏହି ଅବସର ରେ ଧାମନଗର ବିଧାୟକ ସୂଯ୍ଯବଂଶୀ ସୂରଜ ସ୍ଥିତପ୍ରଜ୍ଞ ଙ୍କ ସହିତ ଏନଏସଡିସିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସଞ୍ଜୀବ ସିଂହ ଉପସ୍ଥିତ ଥିଲେ, ବିଧାୟକ ସୂରଜ ଆଯୋଜିତ ସଭାରେ ବକ୍ତବ୍ଯ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ଓ ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ବ ଏବଂ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ ଆଜି ଦେଶ ର ଶିକ୍ଷିତ ଯୁବ ବର୍ଗ ପାଇଁ ନିଯୁକ୍ତିର ଏକ ବଡ ସମ୍ବାବନା ସୃଷ୍ଟି ହୋଇଛି ବୋଲି କହିଥିଲେ ଅସୁରାଳି ରେ ଆରମ୍ଭ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ର ଦ୍ବାରା ଯୁବକ ଯୁବତୀ ମାନେ ସ୍ବଚ୍ଛ କାଳୀନ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହୋଇ ପାରିବେ ଯାହା ସମଗ୍ର ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମାରଣୀୟ ଉପଲବ୍ଧି ବୋଲି ସୂରଜ ପ୍ରକାଶ କରିଥିଲେ ଏନଏସଡିସିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ସିଂହ ସ୍ବାଗତ ଭାଷଣ ପ୍ରଦାନ ସହ ଆଭିମୁଖ୍ଯ ଉପସ୍ଥାପନ କରିଥିଲେ ସୁଶ୍ରୀ ପାୟଲ ସଭା କୁ ସଂଯୋଜନା କରିଥିଲେ ଅସୁରାଳି ସରପଞ୍ଚ ମିନତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମରେ ଦୁଇ ହଜାର ରୁ ଅଧିକ ଯୁବକ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ,ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଅଶୋକ ପୁହାଣ,ବେଷ୍ଟ ଅଧ୍ୟକ୍ଷ ଇଂ ରବିନ୍ଦ୍ର କୁମାର ଜେନା,ମନୋରଞ୍ଜନ ମଲ୍ଲିକ, ରଞ୍ଜିତା ସ୍ବାଇଁ,ଉମାମଣି ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *