ମଜବୁତ ହେଉଛି କଂଗ୍ରେସ
ରାଉକେଲା: ମଜବୁତ ହେଉଛି କଂଗ୍ରେସ, ବିଏନ୍ ପଟ୍ଟନାୟକ ଟିକେଟ୍ ଦାବିଦାରରାଉରକେଲା,: ବିଜେଡି ଓ ବିଜେପି ମେଣ୍ଟ କସରତ ଚାଲିଥିବା ବେଳେ କଂଗ୍ରେସ ଏହାର ଫାଇଦା ନେବାକୁ ଆଗଭର ହୋଇଛି । ପୁରୁଣା ତଥା ଦଳଠାରୁ ଦୂରେଇ ରହିଥିବା ନେତାଙ୍କୁ ଏକଜୁଟ କରି ଦଳକୁ ମଜବୁତ କରିବାକୁ ଚେଷ୍ଠା କରୁଛି । ଏହିକ୍ରମରେ ରାଉକେଲରା ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ବିଏନ୍ ପଟ୍ଟନାୟକ ଦଳକୁ ଫେରିବା ପରେ ଜିଲ୍ଲାରେ କଂଗ୍ରେସ ସଂଗଠନ ଶକ୍ତିଶାଳୀ ହୋଇଛି । ଆଗାମୀ ଦିନରେ ବିରୋଧୀ ଦଳକୁ ଚକମା ଦେଇ କଂଗ୍ରେସ ରାଉରକେଲାରେ ବାଜିମାତ୍ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ରାଜନୀତି ସମୟରେ ବି.ଏନ୍ ପଟ୍ଟନାୟକ ତାଙ୍କର ଡାହାଣ ହାତ ଭାବେ କାର୍ଯ୍ୟ କରୁଥିଲେ । ଦଳକୁ ତୃଣମୂଳସ୍ତରରୁ ସଂଗଠିତ କରିବା ସହ ଜିଲ୍ଲା କୋର କମିଟିର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ ତୁଲାଉଥିଲେ । ବିଶେଷ କରି ଶାରଦା ନାୟକ ଦଳ ଛାଡିବା ପରେ ସେ ରାଉରକେଲାରେ କଂଗ୍ରେସ ସଂଗଠନକୁ ଭୂଷୁଡିବାକୁ ଦେଇନଥିଲେ । ହେମାନନ୍ଦ ବିଶ୍ୱାଳଭ୍କ ଦେହାନ୍ତ ପରେ ଶ୍ରୀପଟ୍ଟନାୟକ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ।ମାତ୍ର ସମାଜସେବାରେ ନିଜକୁ ଦୂରେଇ ପାରିନଥିଲେ । ସେ ଜନସେବା ସହ ଲାଇନ୍ସ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ମଧ୍ୟ ଲୋକଙ୍କ ସହ ରହିଛନ୍ତି । ବିଶେଷ କରି ଗରିବ, ବସ୍ତିବାସିନ୍ଦା ଓ ଖଟିଖିଆଙ୍କ ସୁଖଦୁଃଖରେ ନିଜକୁ ସାମିଲ କରି ଘରେ ଘରେ ‘ଗରିବଙ୍କ ରାଜା’ ଭାବେ ପରିଚିତ ହୋଇଛନ୍ତି । ଏବେ ସେ ପୁଣି ତରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି । କିିଛିଦିନ ତଳେ ରାଜ୍ୟ ପ୍ରଭାରୀ ଡଃ. ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି ।ଶ୍ରୀପଟ୍ଟନାୟକ ଦଳକୁ ଫେରିବା ପରେ ଅନେକ ପୁରୁଣା ନେତା ଓ ସଂଗଠନ କଂଗ୍ରେସ ଉପରେ ଆସ୍ଥାପ୍ରକଟ କରିଛନ୍ତି । ଏପରିକି ଦଳକୁ ଫେରି ପୁଣି ଥରେ ରାଉରକେଲାରେ କଂଗ୍ରେସ ହାତୁମୁଠାକୁ ଟାଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଲୋକେ କହୁଛନ୍ତି, ଏଥର ଇତିହାର ପୁନରାବୃତ୍ତି ଘଟିବ ଓ କଂଗ୍ରେସ ସତ୍ତାକୁ ଫେରିବ । ଜଣେ କଂଗ୍ରେସ କର୍ମୀ କହିଛନ୍ତି, ଏଥର ବିଜେପି କିମ୍ବା ବିଜେଡି ନୁହେଁ, କଂଗ୍ରେସ ହିଁ ବିଜୟୀ ହେବ । କଂଗ୍ରେସ ଟିକେଟ ଦୌଡରେ ବିଏନ ପଟ୍ଟନାୟକଙ୍କ ନାଁ ଆଗରେ ରହିଛି । ଯଦି ଦଳ ତାଙ୍କୁ ଟିକେଟ ଦିଏ, ତେବେ କଂଗ୍ରେସ ହିଁ ଲୋକଙ୍କ ଅସ୍ଥା ଭାଜନ ହେବ, ଏଥିରେ ସନ୍ଦେହ ନାହିଁ । ଏବେ ରାଜ୍ୟରେ ପରିବର୍ତ୍ତନର ହାୱା ବହୁଥିବା ବେଳେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ମିଳିଲେ, କଂଗ୍ରେସ ହିଁ ଫାଇଦାରେ ରହିବ ବୋଲି ଚର୍ଚ୍ଚା ହେଉଛି ।
