ବିଶ୍ୱ ଫଟୋଗ୍ରାଫି ଦିବସରେ ରାଉରକେଲା ଫଟୋଗ୍ରାଫି ଆସୋସିଏସନ୍‌ର ଭବ୍ୟ ଆୟୋଜନ

ରାଉରକେଲା,୨୦/୮(ମଳୟ ପାଢ଼ୀ)ବିଶ୍ୱ ଫଟୋଗ୍ରାଫି ଦିବସ ଅବସରେ ରାଉରକେଲା ଫଟୋଗ୍ରାଫି ଆସୋସିଏସନ୍‌ ପକ୍ଷରୁ ଉଦିତନଗର ଫିଟନେସ୍ ପାର୍କଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର ୧୦ରୁ ଅଧିକ ଫଟୋଗ୍ରାଫର ଏଥିରେ ଯୋଗଦେଇ ଏକତା ଓ ସହଯୋଗର ନିଦର୍ଶନ ଦେଇଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ କେକ୍ କଟା ଯିବା ସହ ଫଟୋଗ୍ରାଫରମାନଙ୍କ ସମସ୍ୟା ଓ ସ୍ୱାର୍ଥ ରକ୍ଷା ନେଇ ଆଲୋଚନା ହୋଇଥିଲା। ଏହି ଅବସରେ ଆସୋସିଏସନ୍‌ ପକ୍ଷରୁ ଆବଶ୍ୟକତାଗ୍ରସ୍ତଙ୍କୁ ଛତା ବଣ୍ଟନ କରାଯାଇଥିଲା। ଓଡ଼ିଶା ଫଟୋଗ୍ରାଫର ମହାସଂଘର ସହଯୋଗରେ ଆଗାମୀ ଦିନରେ ହେବାକୁ ଥିବା “ଫୋଟୋ ଫେୟାର”ର ପୋଷ୍ଟର ମଧ୍ୟ ଉନ୍ମୋଚିତ ହୋଇଥିଲା। ଶେଷରେ ନୃତ୍ୟ-ଗୀତ ମାଧ୍ୟମରେ ଦିବସ ପାଳନ କରାଯାଇଥିଲା।ଆସୋସିଏସନ୍‌ର ଅଧ୍ୟକ୍ଷ ପ୍ରକାଶ କୁମାର ମହାକୁଳ, କାର୍ଯ୍ୟକାରୀ ଅଧ୍ୟକ୍ଷ ଦିଲୀପ ମହାନ୍ତି, ସମ୍ପାଦକ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *