ରାଷ୍ଟ୍ରୀୟ ନୌଚାଳକ ପ୍ରମାଣନ ଶିବିର ଅନୁଷ୍ଠିତ
ରାଷ୍ଟ୍ରୀୟ ନୌଚାଳକ ପ୍ରମାଣନ ଶିବିର ଅନୁଷ୍ଠିତ।ପୁରୀ ୯/୩ ଦୁଃସାହାସିକ ନୌଚାଳନା ପାଇଁ ଓଡିଶା ରେ ସୁଯୋଗ ସୃଷ୍ଟି ହୋଇଛି।ରାଜ୍ୟ ସରକାର ଓ କ୍ରୀଡା ବିଭାଗ ସମସ୍ତ ସହଯୋଗ ମଧ୍ୟ ଦେଉଛନ୍ତି।ତେଣୁ ନୌଚାଳନାରେ ରୁଚି ରଖୁଥିବା କ୍ରୀଡାବିତ ମାନେ ଏହାର ସୁବିଧା ନେବା ଉଚିତ ବୋଲି ମତ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ। ପୁରୀ ଷ୍ଟ୍ରଲିନ ଓ ବ୍ଲୁ ଫ୍ଲାଗ ବିଚ ଠାରେ ରାଜ୍ୟ କ୍ରୀଡା ବିଭାଗ ଓ ଓଡିଶା ନୌ ଚାଳକ ସଂଘର ମିଳିତ ସହଯୋଗ ରେ ଆୟୋଜିତ ୪ ଦିନିଆ ରାଷ୍ଟ୍ରୀୟ ନୌଚାଳକ ପ୍ରମାଣନ ଶିବିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ମାନଙ୍କୁ ଏହି ଦୁଃସାହସିକ କ୍ରୀଡା ରେ ଯୋଗ ଦାନ ପାଇଁ ଶୁଭେଚ୍ଛା ଜଣାଇଥିଲେ।ଆମେ କେବଳ ଏହାକୁ ଟିଭି ପରଦା ରେ ଦେଖୁଥିଲୁ।ଏବେ ଆମ ପିଲା ମାନେ ଏଥିରେ ସାମିଲ ହେବା ଓ ନୌଚାଳନ କ୍ରୀଡା କୁ ଆଗକୁ ନେବା ଏକ ଗୌରବ ର ବିଷୟ ବୋଲି ଶ୍ରୀ ନାୟକ କହିବା ସହ ପୁରୀ ରେ ଏହାର ଆୟୋଜନ କରାଯାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ସଂଘର ସମ୍ପାଦକ ଡଃ ସବୀର ବକ୍ସ ଏହି କ୍ରୀଡା ଲୋକପ୍ରିୟ ହେଉଥିବା ଏକ ଖୁସି ର କଥା।ପୁରୀ ରେ ନୌକ୍ରୀଡା ଏକାଡେମୀ ପ୍ରତିଷ୍ଠା ପାଇଁ ସଂଘର ଉଦ୍ୟମ ରହିଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ନୌକ୍ରୀଡା ପ୍ରଶିକ୍ଷକ ପୂର୍ବତନ ନାଭାଲ କମାଣ୍ଡର ଏମ ଏଲ ଶର୍ମା, ପୂର୍ବତନ ଆର୍ମି ଅଧିକାରୀ ଆୟେଜ ସେକ୍ ପ୍ରମୁଖ ଯୋଗ ଦେଇଥିଲେ।ଦୁଇ ପର୍ଯ୍ୟାୟ ଏହି ପ୍ରଶିକ୍ଷଣ ରେ ୫ ଓ ୬ ତାରିଖରେ କଟକ ସିଲଭର ସିଟି ବୋଟ କ୍ଲବ ଏବଂ ୭ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ପୁରୀ ବ୍ଲୁ ଫ୍ଲାଗ ବିଚ ଓ ଷ୍ଟ୍ରଲିଙ୍ଗ ଠାରେ ପ୍ରଶିକ୍ଷଣ ଦିଆଯାଇ ପ୍ରମାଣପତ୍ର ପ୍ରଦାନ ର ବ୍ୟବସ୍ଥା କରାଯାଇଥିଲା।କଟକର ଡି ଶେଖର ରାଓ,ରାଜା ଅହମ୍ମଦ ଖାଁ, ନସୀମ ଖାଁ, ଭାଗ୍ୟଶ୍ରୀ କର, ଦେବସ୍ମିତା କର,ରାହୁଲ କାହାଳୀ,ସୌମ୍ୟ ଜିତ ରାଏ, ଶୀତଳ ରାୟ,ରାଉରକେଲା ର ନାରାୟଣ ମୁଣ୍ଡ, ଭବାନୀପାଟଣା ର ନରେଶ ଓ ରାନୀ ଏବଂ ମାଲକାନଗିରି ର ସୁଇଟି ନାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
