କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ଜାଗର ଯାତ୍ରାଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ କପିଳାସ ରେ ଜାଗର ଯାତ୍ରା
କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ଜାଗର ଯାତ୍ରାଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ କପିଳାସ ରେ ଜାଗର ଯାତ୍ରା ଢେଙ୍କାନାଳ ଜିଲ୍ଲା ର ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫାଲଗୁନ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ରାଜପୁରୋହିତଙ୍କ ତିଥି ନକ୍ଷତ୍ର ମେଳକ ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଦେବତୋର ବିଭାଗ ପୁଜା ପଣ୍ଡା, ସେବାୟତ ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ଯୁବରାଜ ଏହି କାର୍ଯ୍ୟକ୍ରମ ରେ ପୂଜା ଅର୍ଚାନା କରିଥିଲେ।ପ୍ରାୟ ପାଞ୍ଚ ଲକ୍ଷ ଜନସମାଗମ ହୋଇଥିଲା। ବିଭିନ୍ନ ବାଦ୍ୟ ବୀରକାହାଳି, ଘଣ୍ଟ ଘଣ୍ଟା ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଜଗତ ର କଲ୍ୟାଣ ପାଇଁ ମହାଦୀପ ଉଠିଥିଲା।
