ଘରଭିତରୁ ଯୁବତିଙ୍କ ମୃତଦେହ ଉଦ୍ଧାର ଘଟଣା,,ପ୍ରେମିକ ଗିରଫ

୭ ତାରିଖ ଗୁରୁବାର ଲୋକନାଥପୁର ଗ୍ରାମ ବନ୍ଦ ଘରୁ ଯୁବତିଙ୍କ ମୃତଦେହ ଉଦ୍ଧାର ଘଟଣା,ଯୁବତିଙ୍କର ପ୍ରେମିକକୁ ଗିରଫ କଲା କାମାକ୍ଷାନଗର ପୋଲିସ। ଗିରଫ ପ୍ରେମିକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଉଳପୂର ଗ୍ରାମର ଶିବ ପ୍ରସାଦ ସେନାପତି। ସମିଳନିରେ ସୂଚନା ଦେଲା କାମାକ୍ଷାନଗର SDPO । ପୂର୍ବରୁ ଉଭୟଙ୍କର ପ୍ରେମ ସଂପର୍କ ଥିବା ବେଳେ ସେଦିନ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ମଧ୍ୟ ଯୁବତିଙ୍କ ଘରକୁ ପ୍ରେମିକ ଶିବପ୍ରସାଦ ଆସିଥିଲେ।କୈାଣସି କାରଣ ବସତ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତ୍କ୍ଷିତ ହୋଇ ପ୍ରେମିକ ଶିବପ୍ରସାଦ ଏକ ଓନିରେ ପ୍ରେମିକାର ତଣ୍ଟିକୁ ଚିପି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସୂଚନା ଅନୁସାରେ ଗତ ଗୁରୁବାର ଦିନ ସକାଳୁ କାମାକ୍ଷାନଗର ଥାନା ଲୋକନାଥପୂର ଗ୍ରାମର ଲକ୍ଷ୍ମି ଖୁଣ୍ଟିଆଙ୍କ ମୃତଦେହ ଘର ଭିତରୁ ଉଧାର କରିଥିଲା।ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଯୁବତିଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ।ସିଡି ଘରର କବାଟ ଖୋଲା ଥିବାରୁ କେହି ଦୂର୍ବୁତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଥିଲା।ଖବର ପାଇ କାମାକ୍ଷାନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରି ପ୍ରେମିକ ଶିବପ୍ରସାଦକୁ ବଉଳପୁର ପାଟଣା ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ।ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।ସାମ୍ବାଦକ ସମିଳନିରେ କାମାକ୍ଷାନଗର SDPO ସ୍ନେହାସିସ ସାହୁ ଓ ଥାନା ଅଧିକାରି ଧିରେନ କୁମାର ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *