ଚନ୍ଦ୍ରଶେଖର ମନ୍ଦିର ରେ ଜାଗର ଜାଳିଲେ ଶ୍ରଦ୍ଧାଳୁ

ହର୍ ହର୍ ମହାଦେବ… I ଜୟ ଶିବ ଶମ୍ଭୁ … I କିଏ ଦୀପଟିଏ ଜାଳି ବସିଥିଲେ ତ ଆଉ କିଏ ଆଖି ବୁଜି ମହାଦେବଙ୍କ ମନ୍ତ୍ର ଉଚ୍ଚାରଣ କରୁଥିଲେ l ମହାଶିବରାତ୍ରି ଉପଲକ୍ଷେ ଜାଗର ଜାଳିବାକୁ ବାବା ଚନ୍ଦ୍ରଶେଖର ମହାଦେବ ମନ୍ଦିର ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି l ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଥିଲା ବ୍ୟାସନଗର ସହର ର କହେଁଇପୁର ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର l ସକାଳୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଧାଡ଼ି ଲାଗିଥିଲା l ବାବା ଚନ୍ଦ୍ରଶେଖରଙ୍କୁ ଅଳଙ୍କାରରେ ବିଭୂଷିତ କରାଯାଇଥିଲା l ଶ୍ରଦ୍ଧାଳୁ ମାନେ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିଲା l ଚନ୍ଦ୍ରଶେଖର ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ସମୂହ ପ୍ରସାଦ ବଣ୍ଟନ କରାଯାଇଥିଲା l ସେବାୟତଗଣ ଠାକୁରଙ୍କ ନୀତିକାନ୍ତି ସମ୍ପାଦନରେ ହେଳା ନକରି ଠିକଣା ସମୟରେ ଗୋଟାଏ ପରେ ଗୋଟାଏ ନୀତି ସମ୍ପନ୍ନ କରିଚାଲିଥିଲେ l ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ରାତି ୧୦ଟାରେ ୨୦ରେ ଭକ୍ତଙ୍କ ପ୍ରତୀକ୍ଷିତ ମହାଦୀପ ନୀତି ସମ୍ପନ୍ନ ହୋଇଥିଲା

Leave a Reply

Your email address will not be published. Required fields are marked *