ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁ ମୁହିଁ ଓ ଗୁଳି ବିନିମୟବହୁ ପରିମାଣର ମାଓ ସାମଗ୍ରୀ ଜବତ

– କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଦୂର୍ଗାପଙ୍ଗl ଜଙ୍ଗଲରେ ଏସଓଜି ପୋଲିସ କୁମ୍ବିଂ କରୁଥିବା ବେଳେ ମାଓ ଏବଂ ପୋଲିସ ମୁହାଁ ମୁହିଁ ହୋଇଥିଲେ. ଉଭୟଙ୍କ ମଧ୍ୟରେ 15 ମିନିଟ୍ ପ୍ରବଳ ଗୁଳି ବିନିମୟ ହୋଇଥିଲା ପ୍ରଥମେ ମାଓବାଦୀ ମାନେ ଅତର୍କିତ ଭାବେ ପୋଲିସ ଉପରକୁ ଗୁଳି କରିଥିଲେ. ପରେ ପୋଲିସ ଏହାର ପାଲଟା ଜବାବ ଦେବାକୁ ଯାଇ ଗୁଳିବିନିମୟ କରିଥିଲେ.ଘଞ୍ଛ ଜଙ୍ଗଲ ର ଫାଇଦା ଉଠାଇ ମାଓ ବାଦୀ ମାନେ ଛତ୍ର ଭଙ୍ଗ ଦେଲେ l ମାଓବାଦୀ ମାନଙ୍କ କ୍ୟାମ୍ପ କୁ ସମ୍ପୂର୍ଣ ରୂପେ ନଷ୍ଟ କରିଥିଲେ.ପୋଲିସ ସର୍ଚ୍ଚ କଲା ବେଳେ ବହୁ ପରିମାଣ ର ମାଓ ସାମଗ୍ରୀ ଜବତ କରିଛି. ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରୁ ମାଓ ପୁସ୍ତିକା, ମାଓ ପୋଷାକ, ବିଭିନ୍ନ ମାରନାସ୍ତ୍ର, ମେଡିସିନ, ଶୁଖିଲା ଖାଦ୍ୟ, ବିସ୍କୁଟ, ପାଣି ବୋତଲ ଇଲେକ୍ଟ୍ରି ତାର ଜବତ ହୋଇଛି. ରାତ୍ରି ଅନ୍ଧାର ସୁଯୋଗ ନେଇ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିବା ପଡିଛି.

Leave a Reply

Your email address will not be published. Required fields are marked *