ବାଲିକୁଦା ତହସିଲ ଅଧିନ ରେ ଚକବନ୍ଦୀ ଜମି ବିକ୍ରି ହୋଇ ପାରୁ ନ ଥିବା ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ରାଜସ୍ୱ ମୌଜାର ଜମି ଗୁଡିକୁ ରେକର୍ଡଭୁକ୍ତ କରିବା ପାଇଁ ଦାବି ନେଇ ଉତ୍କଳ ସମାଜ ଜଗତସିଂହପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗମୁତାବକ ନାଗପୁର ମୌଜାରେ ପ୍ରଜାମାନଙ୍କୁ 2018 ମସିହାରୁ ଚକବନ୍ଦୀ ପଟା ପ୍ରଦାନ କରାଯାଇଥିଲେ ମଧ୍ୟ ଉକ୍ତ ଜମିମାନଙ୍କର ରେକର୍ଡ ବାଲିକୁଦା ତହସିଲ କିମ୍ବା ଜିଲ୍ଲାପାଳଙ୍କ ରେକର୍ଡରୁମରେ ମିଳିପାରୁ ନାହିଁ କିମ୍ବା ଅନଲାଇନରେ ମଧ୍ୟ ଜମିଗୁଡିକର ରେକର୍ଡ ଦୃଷ୍ଟି ହେଉନାହିଁ । ଯାହାଫଳରେ ବିଭିନ୍ନ ସୁବିଧା ଅସୁବିଧା ସମୟରେ ଜମିଗୁଡିକର କ୍ରୟ ବିକ୍ରୟ ହୋଇପାରୁ ନାହିଁ ଏବଂ ନାଗପୁର ମୌଜାର ଲୋକମାନେ ଏଥିପାଇଁ ୨୦୧୮ ମସିହାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସୁବିଧାକୁ ନେଇ ନାଗପୁର ମୌଜାବାସୀ ୨୦୧୮ ମସିହାରେ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ୨ମାସ ମଧ୍ୟରେ ଜମିଗୁଡିକୁ ରେକର୍ଡ଼ଭୁକ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।କିନ୍ତୁ ନିର୍ଦେଶ ନିର୍ଦେଶରେ ରହିଯାଇଛି । ଏହାଛଡା ଜମିଗୁଡିକୁ ରେକର୍ଡ଼ଭୁକ୍ତ କରିବା ପାଇଁ ମୌଜାବାସୀମାନେ ଅତୀତରେ ବିଭିନ୍ନ ସମୟରେ ସ୍ଥାନୀୟ ତହସିଲଦାର, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୋୖଣସି ସମାଧାନ ହୋଇନାହିଁ । ଏଣୁ ଯଥାଶୀଘ୍ର ୧୫ଦିନ ମଧ୍ୟରେ ଏହି ଅସୁବିଧାକୁ ସମାଧାନ କରିବାକୁ ଉତ୍କଳ ସମାଜ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *