ନିଖିଳ ଓଡ଼ିଶା ଜିପି ଏଲ ଏଫ ଇସି ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

-ନିଖିଳ ଓଡ଼ିଶା ଜିପିଏଲଫ ଇସି ସଙ୍ଘ ଜଗତସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିପିଏଲଫ ଇସି ମାନଙ୍କ ଦାବି ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ସଂଗଠିତ କରିବା , ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ କ୍ଷେତ୍ରରେ ତାଲିମ ଓ ପ୍ରୋତ୍ସାହିତ କରିବା,ଏହି ସଭାପତି ,ସମ୍ପାଦକ ଙ୍କ ସ୍ୱାକ୍ଷରରେ ଋଣ ଗ୍ରହଣ ଓ ଋଣ ପ୍ରଦାନ କରାଯାଇଥାଏ । ଏହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ସତ୍ତ୍ୱେ ଏମାନେ ଅସ୍ଥାୟୀତ୍ୱ ,ସ୍ୱଳ୍ପ ଦେୟରେ କାମ କରିଆସୁଛନ୍ତି । ସରକାର ମହିଳା ସସସ୍ତିକରଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିପିଏଲଫ ଇସି ମାନେ ଅବହେଳିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଏଣୁ ସେମାନଙ୍କର ନିଯୁକ୍ତିର ସ୍ଥାୟୀତ୍ୱ, ମାସିକ ଦେୟ ୨୬ ହଜାର ଟଙ୍କା ପ୍ରଦାନ , ମୃତ୍ୟୁକାଳୀନ ପରିବାରକୁ 5 ଲକ୍ଷ ଟଙ୍କା କ୍ଷତିପୂରଣ , ଅବସରକାଳୀନ ବୟସ ୬୨ ବର୍ଷ ଓ ପେନସନ ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ସଙ୍ଘ ପକ୍ଷରୁ ଥାନା ଛକରୁ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା ଓ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *