ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅନୁଷ୍ଠିତ

ଭୁବନେଶ୍ୱର – ତା.୧୧.୦୩.୨୦୨୪ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଏକ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗବେଷକ ତଥା ଶିକ୍ଷାବିତ୍ ପ୍ରଫେସର ଡ. ପ୍ରମୋଦ କୁମାର ଦ୍ୱିବେଦୀ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା, ମହାନତା ଓ ଐତିହାସିକତା ଉପରେ ଆଲୋକପାତ କରି ଏହି ପ୍ରାଚୀନ ଭାଷା ଆମକୁ ଗୌରାବନ୍ବିତ କରିଛି ବୋଲି ମତ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ ଲମ୍ବୋଦର ସାହୁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ପ୍ରାଚୀନତାକୁ ଉପଲବଧି କରି ଆଜିର ଯୁବପିଢି ମାତୃଭାଷା ଓ ମାତୃଭୂମି ପ୍ରତି ଏହି ପବିତ୍ର ଦିବସରେ ସଂକଳ୍ପବଦ୍ଧ ଦେବାକୁ ଆହ୍ୱାନ ଦେଇଥିଲେ । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ ତାଙ୍କ ବକ୍ତବ୍ୟରେ ଓଡିଆ ଭାଷାର ଅସ୍ମିତା, ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପ୍ରତି ଛାତ୍ରଛାତ୍ରୀ ମାନେ ଯତ୍ନଶୀଳ ହେବା ସହିତ ଭାଷା ସହିତ ଜଡ଼ିତ ଆମ ସାଂସ୍କୃତିକ ପରିଚୟର ଗାରିମାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।

କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ତାଙ୍କ ଅଭିଭାଷଣରେ ସମସାମୟିକ ଯୁଗର ଦୈନନ୍ଦିନ ଜୀବନରେ ସମସ୍ତେ ଓଡିଆ ଭାଷାର ଅଧିକ ପ୍ରୟୋଗ କରିବାକୁ ଆହ୍ବାନ ଦେଇଥିଲେ । ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରି ଥିବାବେଳେ ବିଭାଗୀୟ ମୁଖ୍ୟ ଡ. ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *