ଶ୍ରୀ ଜଗନ୍ନାଥ ଶିଶୁ ବିହାର ଓ ତପୋବନ ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
ଶ୍ରୀ ଜଗନ୍ନାଥ ଶିଶୁ ବିହାର ଓ ତପୋବନ ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ୨୦୨୪ ମହା ଆଡ଼ମ୍ବରରେ ପୁରୀ ପୌରସଦନ ପରିସରରେ ପାଳିତ ହୋଇଯାଇଛି ।ଏଥିରେ ଉଦ୍ଘାଟନ ଭାବେ ନିଗମ କଳ୍ପତରୁ ଆଶ୍ରମ ର ପୂଜ୍ୟସ୍ୱାମି ବ୍ରହ୍ମାନନ୍ଦ ସରସ୍ଵତୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁରୀର ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ସିଦ୍ଧେଶ୍ୱର ମହାପାତ୍ର,ମୁଖ୍ୟ ବକ୍ତା ଭାବେ ସିଦ୍ଧଗିରି ଆଶ୍ରମର ଅଧ୍ୟକ୍ଷ ବାବା ବିଶ୍ଵନାଥ ଦାସ,ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରମୋଦ କୁମାର ଆଚାର୍ଯ୍ୟ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ପିଲା ମାନଙ୍କୁ ଉତ୍ତମ ଶିକ୍ଷା ଲାଭ କରି ଉତ୍ତମ ମଣିଷ ହୋଇ ଗଢି ତୋଳିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ ।ପିତା,ମାତା,ବିଦ୍ୟା ଗୁରୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜକୁ ଉତ୍ତମ ଭାବେ ଗଠିତ କରିବାକୁ କହିଥିଲେ ।ଏହାପରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲେ ସିନେ କଳାକାର ତଥା ହାସ୍ୟ ଅଭିନେତା ବ୍ରଜ ସିଂ ।ହାସ୍ୟ ଅଭିନେତା ବ୍ରଜ ସିଂ ନିଜ ମାଧୂର୍ଯ୍ୟ ବାର୍ତା ରେ ସମସ୍ତଙ୍କୁ ହସାଇଥିଲେ ଏବଂ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ମାନେ ବେଶ୍ ଆନନ୍ଦ ଉପଭୋଗ କରିଥିଲେ ।ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
