କଳାହାଣ୍ଡି ଜିଲ୍ଲାରେ ୭୫ତମ ସ୍ବାଧିନତା ଦିବସ ପାଳିତ।


କଳାହାଣ୍ଡି ୧୫/୦୮:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ରବିବାର ସାମାଜକ ଦୂରତା ସହ ମାସ୍କ ପରିଧାନ କରି ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ସ୍ବାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରୀ ଜାତୀୟଗାନ କରିଥିଲେ । ସ୍ବାସ୍ଥ୍ୟ ଉନ୍ନତି ଉପରେ ବକ୍ତବ୍ୟ ରଖି ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଛେଳିଆ ମାଲ୍ ଗ୍ରାମ ପଞ୍ଚାୟତ ହାଇସ୍କୁଲ ,ଭବାନୀପାଟଣା ବିମଳା କଂଭେନ, ଲାଞ୍ଜିଗଡ଼ ବେଦେନ୍ତ ହାଇସ୍କୁଲ ୧୦ ମ ଶ୍ରେଣୀ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରିଛନ୍ତି। ଉକ୍ତ ସ୍ୱାଧୀନତା ଦିବସ ପାଳିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଶଦ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରବଣ ବିବେକ ଏମ୍,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହିଭଳି ଭବାନୀପାଟଣା,ଜୁନାଗଡ,ଗୋଲାମୁଣ୍ଡା,ଧର୍ମଗଡ଼,କୋକସରା,କଲମପୁର,ଜୟପାଟଣା,ଥୁଆମୂଲ ରାମପୁର,ଲାଞ୍ଜିଗଡ଼,ନର୍ଲା,ମଦନପୂର ରାମପୁର,କର୍ଲାମୁଣ୍ଡା,କେସିଙ୍ଗା ଭଳି ୧୩ ଗୋଟି ବ୍ଲକର ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କ ରେ କୋଭିଡ-୧୯ ଗାଇଡ୍ ଲାଇନ୍ ଅନୁଯାଇ ମାସ୍କ ପରିଧାନ ସହ ସାମାଜିକ ଦୂରତା ରଖି ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।

ତୁଳମଣି ନାଗ- ରେପୋର୍ଟର।

Leave a Reply

Your email address will not be published. Required fields are marked *