ଉତ୍କଳ ସାମ୍ବାଦିକ ସଙ୍ଘ ନୟାଗଡ଼ ଶାଖାର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ଉତ୍କଳ ସାମ୍ବାଦିକ ସଂଘ ନୟାଗଡ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ନୟାଗଡ଼ ଠାରେ ମହାସମାରୋହରେ ଆୟୋଜିତ ହୋଇଯାଇଛି।ନୟାଗଡ଼ ଜିଲ୍ଲା ଶାଖା ସଭାପତି ତଥା ରାଜ୍ୟ ସମ୍ପାଦକ ଶ୍ରୀ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ୱରେ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ସଂରଚନା,ଶାଖା ସମ୍ପାଦକ ଶ୍ରୀ ଆଦର୍ଶ କୁମାର ପଟ୍ଟନାୟକ ଓ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ବୈଦ୍ୟଭୂଷଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକଟି ଅତ୍ୟନ୍ତ ବର୍ଣ୍ଣାଢ୍ୟ ଏବଂ ପ୍ରଭାବି ଥିଲା।ବିଶେଷ କରି ବାଦ୍ୟ ବାଜଣା ସହ ଦୀର୍ଘ ଦୁଇ କିଲୋମିଟରର ଶୋଭାଯାତ୍ରା, ପଡୋଶୀ ଜିଲ୍ଲାର ନେତୃବୃନ୍ଦଙ୍କ ସମେତ ସମସ୍ତ ସଦସ୍ୟ ବନ୍ଧୁଙ୍କୁ ଉପଢଢୌକନ ଓ ପୁଷ୍ପ ମାଲ୍ୟ ପ୍ରଦାନ ସହ ସ୍ୱାଗତ ସମ୍ଭାଷଣ,ସୁସ୍ୱାଦୁ ମଧ୍ୟାହ୍ନ ଭୋଜନ ଓ ଜଳଯୋଗର ଆୟୋଜନ ଇତ୍ୟାଦି ବ୍ୟବସ୍ଥା ଥିଲା ବେଶ୍ ଉଚ୍ଚକୋଟୀର।ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ ,କୋଷାଧ୍ୟକ୍ଷ ଶ୍ରୀ ରାଜେନ୍ ଚୌଧୁରୀଙ୍କ ସମେତ ପଡୋଶୀ ପୁରୀ ଜିଲ୍ଲା ସଭାପତି ଶ୍ରୀ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର,ଉପ ସଭାପତି ଶ୍ରୀ କମଳଲୋଚନ ଦୀକ୍ଷିତ,ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ରତ୍ନାକର ବେହେରା, କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ଦାସ, କଟକ ଜିଲ୍ଲା ସଭାପତି ଶ୍ରୀ ସତ୍ୟବ୍ରତ ଦାସ,ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ପ୍ରଭାତ କୁମାର ମିଶ୍ର,ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅନୀଲ କୁମାର ପଟ୍ଟନାୟକ ଓ ଭୂବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ଯୋଗଦାନ ସଭାମଞ୍ଚକୁ ଅଧିକ ଗାରିମାମୟ କରିଥିଲା।ନୟାଗଡ଼ ଜିଲ୍ଲା ଶାଖା ଉପସଭାପତି ଶ୍ରୀ ଭବାନୀଶଙ୍କର ସିଂସାମନ୍ତ,ବରିଷ୍ଠ ସାମ୍ବାଦିକ ଶ୍ରୀ ବିନୋଦ ମହାପାତ୍ର,ଓଡଗାଁ ପ୍ରେସ୍ କ୍ଲବ୍ ସଭାପତି ଶ୍ରୀ ଅଶୋକ କୁମାର ମହାପାତ୍ର,ଗଣିଆ ପ୍ରେସ୍ କ୍ଲବ୍ ସଭାପତି ଶ୍ରୀ ଦେବୀପ୍ରସାଦ ଦାସ,ଉପସଭାପତି ଶ୍ରୀ ପ୍ରସାନ୍ତ କୁମାର ସାହୁ, ଶ୍ରୀ ପ୍ରଫୁଲ୍ଲ କୁମାର ଦାସ,ଶ୍ରୀ କିଶୋର କୁମାର ଦାସଙ୍କ ନେତୃତ୍ୱରେ ଖଣ୍ଡପଡା, ରଣପୁର, ନୟାଗଡ଼, ନୂଆଗାଁ, ଦଶପଲ୍ଲା, ଓଡଗାଁ,ଗଣିଆ,ଭାପୁର ବ୍ଲକ୍ ରୁ ୨୦୦ ରୁ ଉର୍ଦ୍ଧ୍ବ ସାଥି ସଦସ୍ୟ ଯୋଗଦେଇ ସଭାର ଗାମ୍ଭୀର୍ଯ୍ୟତାକୁ ବୃଦ୍ଧି କରିବାରେ ସହାୟକ ହୋଇଥିଲେ।ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଚମତ୍କାର ଭାବେ ମଞ୍ଚ ପରିଚାଳନା କରିଥିଲା ବେଳେ ଶ୍ରୀ ଚନ୍ଦ୍ରବିଜୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଆଲୋଚନା କାଳରେ,ସମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅବସରକାଳୀନ ଭତ୍ତା ପ୍ରଦାନ ଓ ସ୍ୱାସ୍ଥ୍ୟ ବୀମା ରାଶିକୁ ୫ ଲକ୍ଷ ଟଙ୍କା କୁ ବୃଦ୍ଧି ଇତ୍ୟାଦି ଦାବିକୁ ନେଇ ଆଗାମୀ ଦିନରେ ଦୃଢ ଭାବରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା।
ଏତାଦୃଶ ବର୍ଣ୍ଣାଢ୍ୟ ଆୟୋଜନ ପାଇଁ ସଭାପତି ଶ୍ରୀ ଶ୍ରୀକାନ୍ତ କୁମାର ଖଟେଇ, ସମ୍ପାଦକ ଶ୍ରୀ ଆଦର୍ଶ କୁମାର ପଟ୍ଟନାୟକ, ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର,ଶ୍ରୀ ବୈଦ୍ୟଭୂଷଣ ମହାପାତ୍ର,ଶ୍ରୀ ଭବାନୀଶଙ୍କର ଦାସ,ଶ୍ରୀ ଗୋଦାବରୀଶ ସାହୁ ,ଶ୍ରୀ ସନ୍ତୋଷ ନାୟକ,ଶ୍ରୀ ରବିନ୍ଦ୍ର ଦାଶ ,ଶ୍ରୀ ଦେବବ୍ରତ ନାୟକ, ଶ୍ରୀ ସୁବାଶିଷ ପଟ୍ଟନାୟକ,ଶ୍ରୀ ସତ୍ୟବ୍ରତ ଦାଶ,ଶ୍ରୀ ରସାନନ୍ଦ ସ୍ୱାଇଁ,ଶ୍ରୀ ଗଗନ ବିହାରୀ ମହାପାତ୍ର,ଶ୍ରୀ ସୁଧାକର ମିଶ୍ର ଙ୍କ ସମେତ ସମସ୍ତ ଜିଲ୍ଲା କର୍ମକର୍ତ୍ତା ଓ ସାଥୀ ସଦସ୍ୟ ମାନଙ୍କୁ ରାଜ୍ୟ ସଂଘ ପକ୍ଷରୁ ଅଜସ୍ର ଧନ୍ୟବାଦ ଓ ସଭା ଆଶାତୀତ ସଫଳତା ପାଇଁ ଅସରନ୍ତି ଅଭିନନ୍ଦନ।
ରିପୋର୍ଟ -ରାମକୃଷ୍ଣ ରଥ, “ତୀର୍ଥକ୍ଷେତ୍ର”
