ଓବିସି ମାନଙ୍କ ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ଦାବୀନେଇ ଯାଦବ ମହାସଭା ପକ୍ଷରୁ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ।
କଳାହାଣ୍ଡି:୨୧/୮,: ଉତ୍କଳ ଯାଦବ ମହାସଭା ଓ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଓବିସି ଜାତିଭିତ୍ତିକ ଜନଗଣନା ଓ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଓବିସିଙ୍କୁ ୨୭ % ସ୍ଥାନ ସଂରକ୍ଷଣ, ପୂର୍ଣ୍ଣ ମାତ୍ରାରେ ମଣ୍ଡଳ କମିଶନ ଲାଗୁକରିବା ଦାବିକରି ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଭବାନୀପାଟଣା ସ୍ଥିତ ବାଳଗୋପାଳ ମନ୍ଦିର ଠାରୁ ଯାଦବ ମହାସଭା ପକ୍ଷରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବୀ ଉପସ୍ଥାପନ କରିଥିଲେ। ସେଠାରେ ଅତିରିକ୍ତ ଜିଲ୍ଲାପାଳ ଯାଦବ ମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ଜାତିଭିତ୍ତିକ ଜନଗଣନା କରାଯାଇ ନ ଥିବାରୁ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଉନ୍ନତି ହୋଇପାରୁନାହିଁ। ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ସଂସଦରେ ଘୋଷଣା କରିଥିଲେ ଯେ, ୨୦୨୧ ମସିହାରେ ଜାତିଭିତ୍ତିକ ଜନଗଣନା କରାଯିବ। କିନ୍ତୁ ତାହା ହେଲା ନାହିଁ। ତେଣୁ ଜାତିଭିତ୍ତିକ ଜନଗଣନା କରିବାକୁ ଯାଦବ ମହାସଭା ଦାବି କରିଛି। ଏହାସହ ଚାକିରି ଓ ଶିକ୍ଷା କ୍ଷେତ୍ରରେ ତୁରନ୍ତ ୨୭ % ସ୍ଥାନ ସଂରକ୍ଷଣ କରିବା ପାଇଁ ଦାବି କରିଛି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା। ଏହି ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ ସମୟରେ ଉତ୍କଳ ଯାଦବ ମହାସଭାର ଉପସଭାପତି ସକିତ ରତେ, ସଂପାଦକ କିର୍ତ୍ତନ ନାଏକ, ଧନେଶ୍ଵର ଭାଟି, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ଉପସଭାପତି ନୃପରାଜ ଯାଦବ ଓ ନରେନ୍ଦ୍ର ବାଗ, ଶାନ୍ତି କମିଟିର ନରହରି ବାଗ, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ପୂର୍ବତନ ଜିଲ୍ଲା ସମ୍ପାଦକ କୃଷ୍ଣ ବାଗର୍ତ୍ତି, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, କୃତିବାସ ବେମାଲ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଯୁବ ଯାଦବ ଉପଦେଷ୍ଟା ଜଗଦିଶ ଯାଦବ, ଆଦିତ୍ୟ ହଂସ ଯାଦବ, ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ଜିଲ୍ଲା ସଭାପତି ତୁଳମଣି ନାଗ, ଚୁଡ଼ାମଣି ନାଏକ, ଶିବ ହାତୀ, ରଘୁବୀର ନାଗ, ଅରକ୍ଷିତ ଭଇସାଲ୍, ସନ୍ତୋଷ ବାଗ,ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ସଭାପତି ଡିଲେଶ କୁମାର ନାଗ, ଧର୍ମଗଡ଼ ବ୍ଲକ ସଭାପତି ଲବଣୀ ରାଉତ, ଯୁବ ଯାଦବ ସୁଧିର ଗୋପାଳ, ଅଶ୍ଵିନୀ ହଂସ ପ୍ରମୁଖଙ୍କ ସହ ଅନେକ ଯାଦବ ନେତୃବୃନ୍ଦ ଉପସ୍ଥିତ ଥିଲେ।
ତୁଳମଣି ନାଗ,କଳାହାଣ୍ଡି
