ମାଲକାନଗିରି ଜିଲ୍ଲାରେ ମେଗା ସ୍ବାସ୍ଥ୍ୟ ଯୋଜନାର ଐତିହାସିକ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି ୨୦/୮ – ୭୫ତମ ସ୍ଵାଧୀନତା ଦିବସ ପାଳନ ର ଠିକ୍ ପରେ ପରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ପ୍ରାଥମିକତା ଦେଇ ଖୋଦ୍ ମୁଖ୍ୟ ମନ୍ତ୍ରୀ ଓଡ଼ିଶାର ଉପାନ୍ତ ତଥା ଅନୁନ୍ନତ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବି ଏସ କେ ୱାଇ)ନାମକ ଏକ ମେଗା ସ୍ବାସ୍ଥ୍ୟ ଯୋଜନା ର ଶୁଭାରମ୍ଭ କରିଛନ୍ତି ,ଯେଉଁ ଥିରେ ଜିଲ୍ଲାରେ ଥିବା ୭ ଟି ବ୍ଲକ ଓ ୨ ଟି ପୌର ପରିଷଦର ପ୍ରାୟ ୧ଲକ୍ଷ ୫୫ ହଜାର ରୁ ଅଧିକ ଗରିବ ହିତାଧିକାରୀ ସିଧାସଳଖ ଭାବରେ ଉପକୃତ ହୋଇ ପାରିବେ।ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅର୍ଥ ବାଧକ ନ ହେବା ନିମନ୍ତେ ଏହି ଯୋଜନାରେ ପରିବାର ପାଇଁ୫ଲକ୍ଷ ଓ ମହିଳମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି।୨୦୧୮ ସାଲ ରେ ମମତା ପଡ଼ିଆମି ନାମକ ଏକ ଆଦିବାସୀ ଝିଅ ଠାରୁ ଏହି ପ୍ରେରଣା ପାଇଥିବା କଥା ,ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ବୀକାର କରି,ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ ବୋଲି ଜିଲ୍ଲା ସଂସ୍କୃତି ଭବନ ଠାରେ ତାଙ୍କ ଅଭିଭାଷଣରେ ପ୍ରକାଶ କରି ଥିବାବେଳେ ,ସୁକ୍ରି ଧଙ୍ଗିଡି ମାଝୀ ନାମକ ଜନୈକା ଆଦିବାସୀ ମହିଳାଙ୍କୁ ପ୍ରଥମ ସ୍ମାର୍ଟ୍ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରି ,ସମଗ୍ର ଦେଶରେ ଏକ ଆଦର୍ଶ ବାଦି ଜନନାୟକ ଭାବରେ ଉଭା ହୋଇଛନ୍ତି।ସମଗ୍ର କାର୍ଯକ୍ରମ ଟିକୁ ସଂପୂର୍ଣ୍ଣ ସଫଳ କରିବା ନିମନ୍ତେ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ରାଜ୍ୟର ୮ଜଣ ପୁରୁଖା ମନ୍ତ୍ରୀଙ୍କ ସମେତ ୭ ବିଧାୟକ ଓ ସାଂସଦ ମଧ୍ୟ ଯୋଗ ଦାନ କରିଥିଲେ,ଯେଉଁମାନେ ପ୍ରାୟ ୩ ଦିନ ଆଗରୁ ଜିଲ୍ଲାରେ ଉପସ୍ଥିତ ଥିଲେ। ଆଗମୀ ସେପ୍ଟେମ୍ବର ରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଚଳିତମାସ ୨୧ରୁ ୨୫ ତାରିଖ ମଧ୍ୟରେ ହିତାଧିକାରୀ ମାନଂକୁ ଏହି କାର୍ଡ ସବୁକୁ ବଣ୍ଟନ କରିବ। ପାଇଁ ଜିଲ୍ଲାରେ ୩୮୧ ଟି କେନ୍ଦ୍ର ନିରୂପଣ କରାଯାଇଛି ।ମାଲକାନଗିରି ବ୍ଲକ ପାଇଁ ସମୀର ରଞ୍ଜନ ଦାସ,କୋରୁକୁଣ୍ଡା ପାଇଁ ଶ୍ରୀମତୀ ପଦ୍ମିନୀ ଦିଆନ, ଚିତ୍ରକୁଣ୍ଡା ପାଇଁ ତୁଷାର କାନ୍ତି ବେହେରା,ମାଥିଲି ପାଇଁ ଅରୁଣ କୁମାର ସାହୁ, ଖଇରପୁଟ ପାଇଁ ବିକ୍ରମ ଆରୁଖ,ପଡିଆ ପାଇଁ ନବକିଶୋର ଦାସ,ଓ କାଲିମେଳା ବ୍ଲକ ପାଇଁ ଜୟନ୍ତୀ ସର୍କା ଦାୟିତ୍ଵ ବହନ କରିବେ ତଥା ମାଲକାନଗିରି ଓ ବାଲିମେଳା ପୌର ପରିଷଦ ରେ ଯଥାକ୍ରମେ ପଦ୍ମନାଭ ବେହେରା ଓ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ କେ,ତ୍ରିପାଠୀ ଏହି କାର୍ଡ ଗୁଡ଼ିକୁ ବଣ୍ଟନ କରିବେ।ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂ (ଭା ପ୍ର ସେ)ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମୀନା(ଭା ପୋ ସେ) ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ନେତା,ନାଗରିକ ବୁଦ୍ଧିଜୀବୀ ଓ ପତ୍ରକାର ମାନେ ମଧ୍ୟ ଏଥିରେ ଉପସ୍ଥିତଥିଲେ।ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ରେ ଏପରି ଏକ ଜନ ମଙ୍ଗଳ କାର୍ଯକ୍ରମକୁ ଜନସାଧାରଣରେ ଭୁରି ଭୁରି ପ୍ରଶଂସା କରାଯାଇଛି।
