ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଏକ ବିଶାଳ ରକ୍ତଦାନ ଶିବୀର ଅନୁଷ୍ଠିତ
ଆଜି ତା ୦୧.୦୪.୨୦୨୪ ରିଖ ସୋମାବର ଦିନ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଏକ ବିଶାଳ ରକ୍ତଦାନ ଶିବୀର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବୀରରେ ମୋଟ ୧୭୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଅବସରରେ ଭଦ୍ରକ ଜିଲ୍ଲାର ପୋ.କ.ସୋ ଜଜ ଶ୍ରୀମତୀ ମିନତୀ ପଣ୍ଡା (ନ୍ୟାୟାଧିଶ) ଏବଂ ଅବସର ପ୍ରାପ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଗୟାଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଏବଂ ଓଡ଼ିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ ଯୋଗଦାନ କରିଥିଲେ।

ଏତଦ୍ ବ୍ୟତୀତ ଅତିଥି ଭାବେ ଅଭିନେତ୍ରୀ ଡା. ଅନୁରାଧା ପାଣିଗ୍ରାହୀ, ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ, ମୋ ପରିବାର ଜିଲ୍ଲା ସହ ସଂଯୋଜକ ଶ୍ରୀଯୁକ୍ତ ଭଗବାନ ପଢ଼ିହାରୀ, ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶ୍ରୀଯୁକ୍ତ ଆଲୋକ ମହାପାତ୍ର, ପୁରୀ ଜିଲ୍ଲା ଓକିଲ ସଂଘ ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଶଙ୍କର ତ୍ରିପାଠୀ ଏବଂ ଆଇନଜୀବୀ ବନଜା ମଞ୍ଜରୀ ପଣ୍ଡା ଯୋଗଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଅର୍ପଣ କରିଥିଲେ।

ସଂଘର ସଭାପତି ତଥା ବିଶିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ଦୀପକ ପଣ୍ଡା ଏହି ଅବସରରେ ସମସ୍ତଙ୍କୁ ରକ୍ତ ଦାନର ମହନୀୟତା ବିଷୟରେ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଗ୍ରୀଷ୍ମ ଋତୁରେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ପଡ଼େ। ଏପରି ପରିସ୍ଥିତିକୁ ଆଖିଆଗରେ ରଖି ଅନୁଷ୍ଠାନର ସମସ୍ତ ସଦସ୍ୟା ସଦସ୍ୟ ମାନେ ଲୋକ ମାନଙ୍କୁ ଉଦବୋଧନ ଦେବା ସହ ରକ୍ତ ଦାତା ମାନଙ୍କ ସହିତ ରକ୍ତ ଦାନର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଦସ୍ୟା ସଦସ୍ୟ ମାନେ ଖୁବ୍ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପରିଶେଷରେ ସମ୍ପାଦିକା ଶ୍ରୀମତୀ ଗିରିଜା ମଞ୍ଜରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଶିବିର ସମାପ୍ତିର ଘୋଷଣା କରିଥିଲେ।
