ଦଶମାସ ଯାଏଁ ମାଆର ପେଟରେ ରହିପାରେ ଛୁଆ ସିନା , ବଡ ହେଲେ ସେଇ ପିଲାମାନେ କିନ୍ତୁ ମାଆ ପେଟକୁ ଚିହ୍ନେନା।

ଛାୟାକେଶୀ ଅସୁରୁଣୀ ପେଟେ ସୂକ୍ଷ୍ମେ ପଶି ବୀର ହନୁମାନ , ଗର୍ଭରୁ ବାହାରି ତତକ୍ଷଣେ ଗମନ୍ତେ ଲଙ୍କା କୁ କଲେ ଦହନ।

ଆତାପି ବାତାପୀ ଦୁଇଭାଇ ଛଳେ ଅତିଥି ଡାକନ୍ତି ଘରେ ,ଗୋଟେ ଭାଇ ଛେଳି ହୋଇ ତରକାରୀ ଅନ୍ୟ ପରଶେ ଆଦରେ।

ଅତିଥି ବିଶ୍ରାମ ନେଲାବେଳେ ଭାଇ ଡାକେ ନାମ ଧରି ତା’ର , ପେଟ ଚିରି ଅନ୍ୟ ଭାଇଟି ବାହାରେ ଅତିଥି ହୁଏ ଆହାର।

ଅବସ୍ଥା ଚକ୍ରରେ ଦ୍ରୁବାସା ଅତିଥି ହୋଇଲେ ତାଙ୍କରି ଘରେ ଅଚିରେ ହଜମ ହୋଇଲା ବାତାପି ଆତାପି ଭୟରେ ଥରେ।

ଗୁରୁ ଶୁକ୍ରାଚାର୍ଯ୍ୟ କନ୍ୟା ଦେବଯାନୀ ଲୁହେ ହେଲେ ମ୍ରିୟମାଣ , ଗର୍ଭସ୍ଥ କଚକୁ ମୃତ୍ୟୁ ସଂଜୀବନୀ ଜ୍ଞାନ କରିଲେ ଅର୍ପଣ।

ପିଲାଙ୍କୁ ମଜାରେ କରୁଥାନ୍ତି ପ୍ରଶ୍ନକାହା ପେଟେ ଥାଏ ଲୋକ , , ବୁଦ୍ଧିମାନ ପିଲା ଉତ୍ତରରେ ସାର୍ଟ ଦେଇଥାଏ ଚଟାପଟ।

ପେଟ ପାଇଁ ପରା ଦୁନିଆଁରେ ନାଟ ନ ଥିଲେ ପେଟର ଚିନ୍ତା, କିଏ ବା କାହିଁକି କାମ କରୁଥାନ୍ତା ବୁଲନ୍ତା ହୋଇ ଅଚିନ୍ତା

ସନ୍ତୋଷ କୁମାର ସେଠୀ ,

ପୁରୀ ଜିଲ୍ଲା ସୂଚ଼ନା ଓ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *