ଟିକେଟ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକର ଯୁବନେତା ଅସିତ୍ ପଟ୍ଟନାୟକ

ଭଦ୍ରକର ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ଭଦ୍ରକର ଯୁବନେତା ଅସିତ୍ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଲେ ।

ସେ ଭଦ୍ରକ ବିଧାନସଭା ଆସନରୁ ଆଶାଇ ଦୃଢ ଦାବିଦାର ଥିବାବେଳେ ଅସିତ୍ ପଟ୍ଟନାୟକଙ୍କୁ ଶେଷ ମୃହୃତ୍ତରେ ବିଜେଡି ଟିକେଟ ନ ଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ବିଧାନସଭାରୁ ଟିକେଟ ଦେଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଦଳ ପାଇଁ ବହୁବର୍ଷ ଧରି କାର୍ଯ୍ୟ କରି ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ଦଳ ତାଙ୍କ ଉପରେ ଅନ୍ୟାୟ କରିଛି ବୋଲି ତାଙ୍କ ସମର୍ଥକମାନେ କହିବା ପରେ ସମର୍ଥକଙ୍କ ମତାମତ ପରେ ଶେଷରେ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ଶୁଣିବାକୁ ମିଳୁଛି ସେ ସ୍ଵାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମୌଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *