ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ବ୍ଲକ ସାରଙ୍ଗଜୋଡ଼ି ପଞ୍ଚାୟତ ଧୋଜାମୁଣ୍ଡେଇ ଗ୍ରାମର ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ମୋହନ ଦାସ ଓ ବାଇଧର ଦାସ ଏବଂ ଦେବରାଜ ଦାସଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଅଗ୍ନି ବିପନ୍ନ ପରିବାର ମୋହନ ଦାସ ଓ ବାଇଧର ଦାସ ଏବଂ ଦେବରାଜ ଦାସଙ୍କ ଭେଟି ଆଶ୍ୱାସନା ଦେବା ସହିତ ସମବେଦନା ଜଣାଇଛନ୍ତି।

ଏହା ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଚୁଡ଼ା, ବିସ୍କୁଟ, ଚାଉଳ, ଡାଲି, ପାଲ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏହି ସମୟରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, ସାରଙ୍ଗଜୋଡ଼ି ପଞ୍ଚାୟତର ସମିତି ସଭ୍ୟ ଧଡୁ ଜେନା, ଆତ୍ମା ପୂର୍ବତନ ପୂର୍ବତନ ଅଧ୍ୟକ୍ଷ ବେବି ଲାଲ୍ ମିଶ୍ର ଓ ପଞ୍ଚାୟତ ସଭାପତି ଲିଙ୍ଗ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *