ମହାନ୍ ସଂଘ ପକ୍ଷ ରୁ ଗଞ୍ଜାମ ବାର ଆସୋସିଏସନ୍ ସଭାପତି ନୟନ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ
ବ୍ରହ୍ମପୁର ୭/୪ପ୍ରବଳ ଖରାକୁ ଆଖି ଆଗରେ ରଖି ପ୍ରତ୍ୟେକ ଘର୍ ଛାତ ଉପରେ ପକ୍ଷୀ ଙ୍କ ନିମନ୍ତେ ଓ ଘର୍ ସମ୍ମୁଖ ରେ ବୁଲା ପଶୁ ଙ୍କ ନିମନ୍ତେ ପାଣି ବ୍ୟବସ୍ଥା କରିବା ସହ ବିଭିନ୍ନ ଜାଗାରେ ଜଳ ଛତ୍ର ଖୋଲିବା ନିମନ୍ତେ ଆଜି ସ୍ଥାନୀୟ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ପରାମର୍ଶ ଦେଇଥିଲେ। ଏହି ଅବସରରେ ମହାନ୍ ସଂଘ ପକ୍ଷ ରୁ ମହାନ୍ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଗଞ୍ଜାମ ବାର ଏଶୋସିଏନ ସଭାପତି ଭାବେ ନିଯୁକ୍ତି ହୋଇଥିବାରୁ ଶ୍ରୀ ନୟନ ମହାପାତ୍ର ଙ୍କୁ ସଭାପତି ଶ୍ରୀ ସାବତ ସମ୍ବର୍ଦ୍ଧିତ କରିଥିଲେ।ଚଳିତ ବର୍ଷ ମହାନ୍ ସଂଘ ତରଫରୁ ଚାଳିଶି ବର୍ଷ ପୂର୍ତ୍ତି ଅବସରରେ ବହୁ ଜନ ହିତ କାର୍ଯ୍ୟ କ୍ରମ ହାତକୁ ନେବା ନିଷ୍ପତ୍ତି ନିଆଯିବା ସହ ଆଇନ ପରାମର୍ଶ କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି।ଏହି ଅବସରରେ ଶ୍ରୀ ଦଣ୍ଡପାଣି ନାୟକ, ଶ୍ରୀ ସିମାଞ୍ଚ୍ଚଲ ପାଣିଗ୍ରାହୀ, ଇ ପ୍ରଫୁଲ୍ଲ କୁମାର ପାତ୍ର,, ଶ୍ରୀ ଲଲା ଟେନ୍ଦୁ ଚୌଧୁରୀ, ଶ୍ରୀ ସୁଦିପ ସାହୁ, ଶ୍ରୀ ଅନନ୍ତ ପ୍ରଧାନ, ଶ୍ରୀ ନୀଳାଞ୍ଚଳ ମହାପାତ୍ର, ଶ୍ରୀମତୀ ସସ୍ମିତା ମିଶ୍ର, ଡ ଧନଲକ୍ଷ୍ମୀ ପଟ୍ଟନାୟକ, ଡ ସନ୍ଧ୍ୟାରାଣି ପଟ୍ଟନାୟକ, ଶ୍ରୀମତୀ ସସ୍ମିତା ଶର୍ମା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
