ପୁରୀ ପ୍ରତିଷ୍ଠା ଦିବସ ପାଳିତ

ପୁରୀ:୨୩/୧୦ : ପ୍ରତିବର୍ଷ ପରି ଚଳିତ ବର୍ଷ ସ୍ଥାନୀୟ ଓଡ଼ିଶା ସଙ୍ଗୀତ ପରିଷଦ ସଭାଗୃହରେ ସଚେତନ ନାଗରିକ ମଞ୍ଚ ଏବଂ ଗାନ୍ଧୀଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ଦିବସରେ ଡକ୍ଟର ସୈ।ଭାଗ୍ୟ କୁମାର ସାହୁ – ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର – ମୁଖ୍ୟ ବକ୍ତା, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ, ଡକ୍ଟର ଧୀରେନ ରାୟ, ସୂର୍ଯ୍ୟ ନାରାୟଣ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରୀ ପ୍ରତିଷ୍ଠା ଦିବସ ସମ୍ପର୍କରେ ବହୁ ତଥ୍ୟ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରସନ୍ନ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ ଶିବ ସୁନ୍ଦର ମିଶ୍ର ସଭା ସଞ୍ଚାଳନ କରିଥିଲେ। ସଭା ପୂର୍ବରୁ ଶିକ୍ଷାବିତ ମନୋରମା ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ ମନୋଜ୍ଞ ପରିବେଶରେ ୪୦ରୁ ଊର୍ଦ୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିଲେ। କବିମାନଙ୍କୁ ପ୍ରଶଂସାପତ୍ର ଓ ପୁଷ୍ପ ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା। ଶେଷରେ କବି ସୁରେଶ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *