ଜନ୍ମ ମାଟିରୁ ଢେଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ପ୍ରଚାର ଆରମ୍ଭ

ଢେଙ୍କାନାଳ ଲୋକସଭା ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ନିଜ ଜନ୍ମ ମାଟି ପରଜଙ୍ଗର କୁନ୍ଦନଦେଇପୁର ଗାଁରୁ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। କୁନ୍ଦନଦେଇପୁର ଗାଁ ସ୍ଥିତ ବାବା କୁଣ୍ଡେଶ୍ଵରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ହଜାର ହଜାର ବିଜେପି କର୍ମୀଙ୍କ ଉପସ୍ଥିତିରେ ବିଶାଳ ରାଲିରେ ରୋଡ଼ ପଞ୍ଚାୟତର ସମସ୍ତ ଗାଁ ଗୁଡିକୁ ବୋଲି ପ୍ରଚାର କରିଥିଲେ। ରୁଦ୍ରଙ୍କ ସହିତ ଥିଲେ ପରଜଙ୍ଗ ବିଧାନସଭା ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନ। ବିଭୂତି ବାବା କୁଣ୍ଡେଶ୍ଵରଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରଚାରରେ ସାମିଲ ହୋଇଥିଲେ। ମୋଦିଙ୍କ ଗ୍ୟାରେଣ୍ଟି ନାରା ଦେଇ କର୍ମୀ ମାନେ ମୋଟର ସାଇକେଲ ଯୋଗେ ରାଲି କରିଥିଲେ। ତେବେ ବିଜେଡି ଗଡ଼ରେ ଫୁଲ ଫୁଟେଇବ ବିଜେପି ବୋଲି ଆଶାବାଦୀ ନେତା ଓ କର୍ମୀ। ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଲୋକପ୍ରିୟତା ପ୍ରତି ଦିନକୁ ଦିନ ଲୋକମାନେ ଆକୃଷ୍ଟ ହେଉଛନ୍ତି। ଯାହା ଆଗାମୀ ଦିନରେ ବିଜେପିର ଉଭୟ ସାଂସଦ ପ୍ରାର୍ଥୀ ଏବଂ ବିଧାନସଭା ପ୍ରାର୍ଥୀ ବିଜୟଲାଭ କରିବେ ବୋଲି ନେତା ମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *