ଜାତୀୟ କଂଗ୍ରେସ ଦଳ ର କର୍ମୀ ସମ୍ମିଳନୀ
ସାରା ଦେଶରେ ନିର୍ବାଚନ ର ବିଗୁଲ ବାଜିଲା ପରେ ନେତା ମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ରେ ନିଜ ଦମଖମ ଦେଖାଇବାରେ ବ୍ୟସ୍ତ ହୋଇପଡିଲେଣି!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ଅଧିଷ୍ଟାତ୍ରୀ ମାଁ ପେଣ୍ଡ୍ରାଣୀ ମନ୍ଦିର ରେ ପୂଜାର୍ଚନା କରି ଜାତୀୟ କଂଗ୍ରେସ ଦଳ ନିଜ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛି!ଆଜି ନବରଙ୍ଗପୁର କଂଗ୍ରସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଙ୍କ ଅଧ୍ୟକ୍ଷତା ରେ ସହ ସହ କଂଗ୍ରେସ କର୍ମୀ ମାଁ ପେଣ୍ଡ୍ରାଣୀ ମନ୍ଦିର ରୁ ଏକ ବିଶାଳ ମୋଟରସାଇକେଲ ରାଲି ବାହାର କରି ସହର ପରିକ୍ରମା କରି ୱାର୍ଡ ନଂ 11ତଥା ଭାଲୁଗୁଡା ଠାରେ ଏକ କର୍ମୀ ସମ୍ମିଳନୀ କରିଥିଲେ!ଏହି ସମ୍ମିଳନୀ ରେ କିଭଳି ଭୋଟର୍ସ ମାନଙ୍କ ପାଖକୁ କେଉଁ କେଉଁ ସୁବିଧା ନେଇଁ କଂଗ୍ରେସ ଦଳ ପହଞ୍ଚିବ ସେ ବିଷୟରେ ଆଲୋଚନା କରିଥିଲେ!ଗତ 25ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଓ 10ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ର କାର୍ଯ୍ୟ କଳାପ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ ଏବଂ ଚାଷୀମାନଙ୍କ ସମସ୍ୟା, ବେକାରୀ ସମସ୍ୟା, ଏସଏଜଜି ମହିଳାଙ୍କ ସମସ୍ୟା ଗୁଡିକ ରାଜ୍ୟ ସରକାର ଦୂର କରି ପାରିଲେ ନାହିଁ କିନ୍ତୁ କଂଗ୍ରେସ ସରକାର ଆସିଲେ ଏ ସମସ୍ତଙ୍କ ସମସ୍ୟା ଦୂର କରାଯିବ ବୋଲି ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ କହିଥିଲେ!ଉକ୍ତ କର୍ମୀ ସମ୍ମିଳନୀ ରେ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ଝରୀଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀନୀ ହାରାବତୀ ଗଣ୍ଡ, କଳାହାଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର ପ୍ରଭାରୀ ଦ୍ୱାରିକା ମହାପାତ୍ର, ବିଘ୍ନରାଜ ଶାନ୍ତ୍ରା, ଇସାକ ଲାଠିଆ, ଶଙ୍କର ଦେ, ମୁନା ପାଢ଼ୀ, ଟୁଲୁ ସାହୁ, ସୁରେନ୍ଦ୍ର ନାୟକ, ପର୍ଶୁରାମ ନାୟକ, ଅମୁଲ୍ୟ ପଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ!ବାବୁଲା ପଟନାୟକ ମଞ୍ଚ ପରିଚାଳନା କରିଥିଲେ!
