ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ

ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି।।ଢେଙ୍କାନାଳ ଜିଲ୍ଲା ରେ ଗଠିତ ରାଜ୍ୟ ସ୍ତରୀୟ ସାମ୍ବାଦିକ ସଙ୍ଘ (ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ ) ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନିମବାହାଳି ଠାରେ ଆଜି ହିନ୍ଦୁ ନବବର୍ଷ ପାଳନ କରାଯାଉଥିଲା। ଏବଂ ଆଗାମୀ ସାଧାରଣ ନିର୍ବାଚନରେ ନିରପେକ୍ଷ ଖବର ସଂଗ୍ରହ ପାଇଁ ସଭାପତି ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ପରାମର୍ଶ ଦେଇଥିଲେ।

ପରବର୍ତୀ ସମୟରେ ମେରା ମଣ୍ଡଳୀ ସ୍ଥିତ ସାଇ ମନ୍ଦିର ବାର୍ଷିକ ଉତ୍ସବ ଯୋଗଦେଇ ସମସ୍ତ ସାମ୍ବାଦିକ ମାନେ ଶ୍ରଦ୍ଧାଳୁ ମାନଙ୍କୁ ହିନ୍ଦୁ ନବବର୍ଷ ର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା। ଉକ୍ତ ବୈଠକ ରେ ସଂଘ ର ସଭାପତି ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ, ଉପସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଧିର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକ,ସହ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦ୍ୟୁତ କୁମାର ବିଶ୍ବାଳ, ସଂଯୋଜକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରୁଦ୍ରନାରାୟଣ ଧଳ, ସଦସ୍ୟ, ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ, ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାପାତ୍ର, ଶ୍ରୀଯୁକ୍ତ, ଗୋବର୍ଦ୍ଧନ ସାହୁ, ଶ୍ରୀଯୁକ୍ତ ଅନାମ ଚରଣ ବେହେରା,ଏବଂ ନୂତନ ଭାବରେ ଯୋଗଦେଇଥିବା ସଦସ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଶ୍ବାଳ ଓ ଶ୍ରୀମାନ୍ ବିରଞ୍ଚିନାରାୟଣ ମାଝୀ ଉପସ୍ଥିତ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *