ଅଗ୍ନିକାଣ୍ଡ ଘଟି ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ବ୍ଲକ ରାଏଖଣ୍ଡି ପଞ୍ଚାୟତର ବିଲିପଡା ଗ୍ରାମର ମାଧବ ବରାଳଙ୍କ ବାସଗୃହରେ ଗତ କାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ଆଜି ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଅଗ୍ନି ବିପନ୍ନ ପରିବାରକୁ ଭେଟି ଆଶ୍ୱାସନା ଦେବା ସହିତ ସମବେଦନା ଜଣାଇଛନ୍ତି।

ଏହା ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଚୁଡ଼ା,ଗୁଡ଼, ବିସ୍କୁଟ, ଚାଉଳ, ଡାଲି, ପାଲ, ମଶାରୀ ,ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏହି ସମୟରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା ପଞ୍ଚାୟତ ସଭାପତି ରାମ ସାହୁ, ଦେବ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ।
