ପୁରୀ ବେଳାଭୂମି ରେ ଓଡ଼ିଆ ନବବର୍ଷ ପାଇଁ ବାଲୁକାକଳା

ପୁରୀ,14/4 -ଆଜି ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ କୋଣାର୍କ ର ମହିଳା ବାଲୁକା ଶିଳ୍ପୀ ସରିତା ଗୋଛାୟତ ଙ୍କ ଦ୍ୱାରା ଏକ ବାଲୁକାକଳା ପ୍ରଦର୍ଶିତ ହୋଇଛି |ମହାବୀର ହନୁମାନ ଙ୍କ ଜୟନ୍ତୀ ଉପଲକ୍ଷେ ବାଲି ରେ ହନୁମାନ ଙ୍କ ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି |ଏହା ଅତି ଆକର୍ଷଣୀୟ ହୋଇଛି |

ଏହାସହ ଓଡ଼ିଆ ନବ ବର୍ଷ ର ଅଭିନନ୍ଦନ ବାଲିରେ ଲେଖା ରହିଛି |ଦେଶର ଓ ବିଦେଶ ର ପର୍ଯ୍ୟଟକ ଓଡ଼ିଆ ନବ ବର୍ଷ ସମ୍ପର୍କରେ ଅବଗତ ହୋଇଛନ୍ତି | ବାଲୁକାଶିଳ୍ପୀ ତାଙ୍କ ବାର୍ତ୍ତା ରେ କହିଛନ୍ତି ଓଡ଼ିଆ ପରମ୍ପରା, ସଂସ୍କୃତି ଓ ଭାଷା ବଞ୍ଚାଇବାକୁ ସବୁ ଓଡ଼ିଆ ଚେଷ୍ଟା କରିବା ଉଚିତ |ଏହା ସହ ଓଡ଼ିଶାବାସୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି |ପୁରୀ ସ୍ୱର୍ଗଦ୍ୱାର ନିକଟରେ ଏହି ବାଲୁକାକଳା ଦେଖିବା ପାଇଁ ଭିଡ ଜମିଥିବାବେଳେ ଶିଳ୍ପୀ ଙ୍କ କଳାକୃତି କୁ ପ୍ରଶଂସା କରିଛନ୍ତି |

Leave a Reply

Your email address will not be published. Required fields are marked *