ନବକାକଳି ସାରସ୍ବତ ମଂଚ ପକ୍ଷରୁ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଦ୍ଧଳ ସ୍ଥିତ ଜଗନ୍ନାଥ ମନ୍ଦିରରେ ନବକାକଳି ସାରସ୍ୱତ ମଞ୍ଚର ଓଡ଼ିଆ ନବବର୍ଷ ଉପଲକ୍ଷେ ଉନ୍ନବିଂଶ ବିଷୁବ ମିଳନ ଉତ୍ସବ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ତଥା ବରିଷ୍ଠ ସାହିତ୍ୟିକ ନିହାର ରଂଜନ ଦାଶ, ନାଇଜର କୁଳ ସଚିବ ଡଃ ଅଭୟ କୁମାର ନାୟକ, ଡ ସଂଗ୍ରାମ କେଶରୀ ସାମନ୍ତରାୟ, ଡ ସୁରେନ୍ଦ୍ର ନାଥ ତ୍ରିପାଠୀ, ନବକାକଳି ର ସମ୍ପାଦିକା ମନୋରମା ଦାସଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସହିତ କବିତା ପାଠୋତ୍ସବ ଏକ ମାଧ୍ୟମ । ଏହା ସମସ୍ତ ଙ୍କୁ ଯୋଡି ରଖିବା ସହିତ ଭାବର ଆଦାନ ପ୍ରଦାନ କରାଯାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର କବି ଓ କବିୟତ୍ରୀ ମାନେ ଯୋଗ ଦେଇ କବିତା ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *