ଶାନ୍ତି ପୂର୍ଣ୍ଣ ଓ ଭୟ ମୁକ୍ତ ନିର୍ବାଚନ ପାଇଁ ପୋଲିସ ଓ CRPF ର ମିଳିତ ଫ୍ଲାଗ ମାର୍ଚ୍ଚ
: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ଶାନ୍ତିପୂର୍ଣ୍ଣ ଭାବେ ଆସନ୍ତା ବିଧାନ ସଭା ଓ ଲୋକ ସଭା ନିର୍ବାଚନ ଆୟୋଜନ ନିମନ୍ତେ ଉମରକୋଟ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ନବରଙ୍ଗପୁର ଏସପି ରୋହିତବର୍ମା ଙ୍କ ନିର୍ଦ୍ଧେଶ କ୍ରମେ ଉମେରକୋଟ ପୋଲିସ ଏସ ଡି ପି ଓ ମଧୁଶିକ୍ତା ମିଶ୍ର ଙ୍କ ନେତୃତ୍ୱ ଓ CRPF ଯବାନ ଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ମୁନିସିପାଲିଟି ଓ ବ୍ଲକ୍ ସଦର ର ସମସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଆଗାମୀ ନିର୍ବାଚନକୁ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଗୁଡିକରେ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅସାମାଜିକ କାର୍ଯ୍ୟ କଳାପ ଓ ବେଆଇନ ମଦ ବିକ୍ରି ବନ୍ଦ୍ କରାଯିବା ଉପରେ ଗୁରୁତ୍ଵ ଦିଆଯିବ। ଏଥି ସହ ବିଭିନ୍ନ ପ୍ରକାରର ଅପରାଧ,ନିର୍ବାଚନୀ ହିଂସା ଉପରେ ପୋଲିସର ନଜର ରହିବ ବୋଲି ଉମେରକୋଟ ଏସଡିପିଓ ମଧୁଶିକ୍ତା ମିଶ୍ର ପ୍ରକାଶ କରିଛନ୍ତି। ଏସଡିପିଓ ମଧୁ ଶିକ୍ତା ମିଶ୍ର ଙ୍କ ସହ ତହସିଲଦାର ମାଗବାନ ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ,ଆଇଆଇସି ଡମ୍ବରୁ ଧର ପ୍ରଧାନ,ଏସଆଇ ଅକ୍ଷୟ ମିଶ୍ର, ପ୍ରକାଶ ମିଶ୍ର,ଶିବଜି ପଣ୍ଡା, ସୌମେନ୍ଦ୍ର ସେଠ, ପ୍ରତିମା ଟେଟେ,ଓ CRPF କମାଡାଣ୍ଟ ଅଜୟ କୁମାର ଙ୍କ ସମେତ ବହୁ CRPF ଫୋର୍ସ ଓ ଥାନାର ପୋଲିସ କର୍ମଚାରୀ ଓ ଗୋଟିଏ ପ୍ଲାଟୁନ ଆଇଆରବି ଯବାନ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ।
