ଆରମ୍ଭ ହୋଇଯାଇଛି ମାଁ ଜଗତ ଜନନୀ ଠାକୁରାଣୀ ଙ୍କ ନବ ଦିନ ଯାତ୍ରା

:ବହୁ ଆଡମ୍ବର ସହିତ ଆରମ୍ଭ ହୋଇଛି , ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଅଧିଷ୍ଟାତ୍ରୀ ମାଁ ଜଗତ ଜନନୀ ଠାକୁରାଣୀ ଙ୍କ ନବ ଦିନ କଳସି ଯାତ୍ରା | ଏହି କଳସି ଯାତ୍ରା ପ୍ରତି ବର୍ଷ ଚୈତ୍ର ମାସରେ ହୋଇଥାଏ | ଏହି ଯାତ୍ରା ନଅ ଦିନ ଧରି ହୋଇଥାଏ!l | ପ୍ରଥମ ଦିନରେ ଝରୀଗାଁ ରୋଡ଼ସ୍ଥିତ ମାଁ ମଙ୍ଗଳା ମନ୍ଦିର ରୁ ମାଁ ଙ୍କୁ ପାଛୋଟି ଆଣି ଜଗନ୍ନାଥ ମନ୍ଦିର ନିକଟରେ ଥିବା ମାଁ ଜଗତ ଜନନୀ ଠାକୁରାଣୀ ଙ୍କ ମନ୍ଦିର ରେ ମାଁ ଙ୍କୁ ବିଶ୍ରାମ ଦିଆଯାଇଥାଏ | ମାଁ ଙ୍କୁ ପାଛୋଟି ଆଣିବା ସମୟରେ ମାଁ ଙ୍କ ଦର୍ଶନ ନିମନ୍ତେ ଗତ କାଲି ସନ୍ଧ୍ୟା ରେ ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା | ବିଭିନ୍ନ ବାଜା, ଡିଜେ, ବାଣ ଫୁଟାଇ ମାଁ ଙ୍କୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା |ଗୋଟିଏ ଦିନ ବିଶ୍ରାମ ନେବା ପରେ ଆଠ ଦିନ ପର୍ଯ୍ୟନ୍ତ ସହର ରେ ଥିବା ସମସ୍ତ ଶ୍ରଦ୍ଧାଳୁ ଙ୍କ ଘର ଘର କୁ ଯାଇ ଦର୍ଶନ ଦେବେ ମାଁ ଠାକୁରାଣୀ | ଏହି ନବ ଦିନ ଯାତ୍ରା ଦେଖିବାକୁ ଆଖ ପାଖ ଅଞ୍ଚଳ ର ହଜାର ହଜାର ଲୋକ ଆସିଥାନ୍ତି | ନଅ ଦିନ ପୂରଣ ହେବା ପରେ ମାଁ ଙ୍କୁ ବହୁ ଆଡମ୍ବର ର ସହିତ ମାଁ ଙ୍କ ଘର ମାଁ ମଙ୍ଗଳା ମନ୍ଦିର ରେ ଫେରିଯାନ୍ତି | ଉକ୍ତ କଳସି ଯାତ୍ରା ବହୁ ପୁରାତନ କାଳ ରୁ ପାଳନ କରାଯାଇଛି | ଏହି ନବ ଦିନ କଳସି ଯାତ୍ରା ରେ ମନୋରଞ୍ଜନ ପାଇଁ ବିଭିନ୍ନ ମିନା ବଜାର, ବିଭିନ୍ନ ପ୍ରକାର ଦୋକାନ ବଜାର ବସିଥିବା ଦେଖିବାକୁ ମିଳିଥାଏ |

Leave a Reply

Your email address will not be published. Required fields are marked *