ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ବିରିଡି ବ୍ଲକ ମଇନ୍ଦିପୁର ଠାରେ ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ରମାକାନ୍ତ ଭାଇ ସାଧାରଣ ଲୋକ ଙ୍କୁ ଭେଟିବା ସହିତ ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା କୁ ନେଇ ସେ ଭୋଟ ର ସହିତ ଆଲୋଚନା କରୁଛନ୍ତି । ତେବେ ତାଙ୍କ ସପକ୍ଷରେ ଜନମତ ଯିବ ବୋଲି ସେ ଆଶା ରଖିଛନ୍ତି । ତେବେ ମଇନ୍ଦିପୁର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଚାର ଉକୁନ୍ଦୁରା, ପୁରଣ ଓ ମଙ୍ଗୁଲି ପଂଚୟତ ବୁଲିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଭୋଟରଙ୍କ ସହିତ ଆଲୋଚନା କରିଥିଲେ । ବାଟରେ ଯିବା ସମୟରେ ସାଧାରଣ ଲୋକ ମାନଙ୍କ ସହ ଆଲୋଚନା କରିବା ସହିତ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ଜଳଛାତ୍ର ରେ ଲୋକଙ୍କୁ ସର୍ବତ ଦେଇ ବେଶ ଖୁସି ଅନୁଭବ କରି ଥିଲେ । ବିଧାୟକ ପ୍ରାର୍ଥୀ ରମାକାନ୍ତ ଙ୍କ ସହିତ ସ୍ଥାନୀୟ ନେତୃ ମଣ୍ଡଳୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *