ଆମଦାନୀ ନେତାଙ୍କୁ ନେଇ ହିଞ୍ଜିଳି କଂଗ୍ରେସରେ ବିଦ୍ରୋହ

ଆଗାମୀ ନିର୍ବାଚନ ୨୦୨୪ ଆସିକା ଲୋକସଭା ଓ ହିଞ୍ଜିଳି ବିଧାନସଭା ନିର୍ବାଚନ ଯେତେ ପାଖେଇଆସୁଛି ଅଞ୍ଚଳରେ ଉଷ୍ଣତା ସେତେ ପ୍ରକାଶ ପାଉଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏବଂ ବର୍ତ୍ତମାନ ପରିପେକ୍ଷୀରେ ବିଜଦ ମୁଖିଆ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀତ୍ୱ ହେଉଥିବା ସୂଚନା ମିଳିଥିବାବେଳେ ତାଙ୍କ ହିଞ୍ଜିଳି ପ୍ରତିଦ୍ବନ୍ଦୀ ପାର୍ଟି ଉଭୟ କଂଗ୍ରେସ ଓ ବିଜେପି ରେ ମଧ୍ୟ ତାଙ୍କ ବିରୁଦ୍ଧରେ ନୁଆଁ ଯୁବନେତାଙ୍କୁ ପ୍ରାର୍ଥୀ କରାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେ଼ଇ ପାଇଁ ବିଜଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଘୋଷିତ ହୋଇଥିବାବେଳେ ଜାତୀୟ ଦଳ ବିଜେପି ତରଫରୁ ଶିଶିର ମିଶ୍ର ଏବଂ କଂଗ୍ରେସ ଦଳ ତରଫରୁ ରଜନୀକାନ୍ତ ପାଢ଼ୀ ଦଳ ତରଫରୁ ପ୍ରାର୍ଥୀ ଭାବେ ଘୋଷିତ ହୋଇଛି। ବର୍ତ୍ତମାନ ବିଭିନ୍ନ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ନିଜନିଜର ଚେଷ୍ଟା ଜାରି ରଖିଥିବାବେଳେ ଶାସକ ଦଳ ସାମ୍ବାଦିକ ସମ୍ମିଳନୀ କରି ଆତ୍ମ ପ୍ରଚାରରେ ସର୍ବାଗ୍ରରେ ରହିଥିବା ଦେଖିବାକୁ ମିଳିଛି। ବିଜେପି ଦଳ ତରଫରୁ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରାଇବା ଦିନଠାରୁ ଦଳର ଅନ୍ୟତମ ପରାଜିତ ଜିଲ୍ଲାପରିଷଦ ପ୍ରାର୍ଥୀ ବିଦ୍ରୋହ କରିଥିବା ଓ ପରବର୍ତ୍ତୀ ସମୟରେ ନବୀନବାବୁଙ୍କ ବିରୋଧୀ ଟିକଟ ଆଶାରେ ରାଜଧାନୀରେ ବସି ନିରାଶ ହେବାପରେ ବିଜେପି ଦଳକୁ ଛାଡ଼ି କଂଗ୍ରେସ ଦଳତରଫରୁ ଟିକଟ ହାତେଇବାରେ ସଫଳ ହୋଇଥିବା ସୂଚନା ହସ୍ତଗତ ହୋଇଛି।ଶ୍ରୀଯୁକ୍ତ ରାଜନୀପାଢୀ ବିଗତଦିନରେ ବିଜେପି ଦଳରୁ ହିଞ୍ଜିଳି ୬୮ ନଂ ଜୋନରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇ ବିଜେଡ଼ି ର ଏ. ସୁଦର୍ଶନଙ୍କ ଠାରୁ ପରାସ୍ଥ ହୋଇଥିଲେ। ତତ୍ପର ଠାରୁ ବର୍ତ୍ତମାନ ବିଜେପି ପ୍ରାର୍ଥୀ ଘୋଷିତ ଶିଶିର ମିଶ୍ରଙ୍କ ବିରୁଦ୍ଧରେ ଦଳ ଭିତରେ ରହି ବହୁ ବିରୋଧ କରିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ବିଜେପି ବିଧାୟକ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରି ବିଫଳ ହେବାପରେ କିଛି କଣଠୋସ ହୋଇ ରହିଥିବା କଂଗ୍ରେସ କର୍ମୀଙ୍କୁ ନେଇ କଂଗ୍ରେସ ଦଳ ତରଫରୁ ଟିକଟ ପାଇବାରେ ସଫଳ ହୋଇଥିବା ବିଦ୍ରୋହୀ କଂଗ୍ରେସକର୍ମୀଙ୍କ ଠାରୁ ପ୍ରକାଶ। ଗତ କାଲି ଅର୍ଥାତ ତା ୧୭/୦୪/୨୦୨୪ ରିଖ ଦୁଇଦୁଇଟି ସମାନ୍ତରାଳ କଂଗ୍ରସ ନିର୍ବାଚନୀ ସଭାରୁ ସ୍ପଷ୍ଠଜେ ହିଞ୍ଜିଳି କଂଗ୍ରେସରେ ପ୍ରବଳ ଅଶନ୍ତୋଷ ଚାଲିଛି। ଗୋଟିଏ ଦଳ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ ଓ ପୂର୍ବତନ ହିଞ୍ଜିଳି ନଗର ସଭାପତି ସୁନାରାମ ସାବତଙ୍କୁ ନେଇ ମାଁ କରେଇସୁଣୀ ପୀଠରେ ଏକ ସମ୍ବର୍ଦ୍ଧନା ସଭା କରାଯାଇଥିଲା। ସେଠାରେ ପ୍ରାର୍ଥୀ ରାଜନୀପାଢୀ କଂଗ୍ରେସକୁ ଆଗେଇନେବାସହ ମିଳିମିଶି କାର୍ଯ୍ୟ କରି ତାଙ୍କୁ ଜିତାଇବାପାଇଁ ଆହ୍ଵାନ କରୁଥିବାବେଳେ ପ୍ରମୁଖ ବରିଷ୍ଠ କଂଗେସ ନେତା ସୁନାରାମ ସାବତ ରାଜନୀପାଢୀଙ୍କୁ ସହଯୋଗ କରିବାପାଇଁ ଆହ୍ୱାନ ଦେଉଥିବା ଉକ୍ତ ସଭାରେ ଦେଖିବାକୁ ମିଳିଥିଲା। ଅନ୍ୟାପକ୍ଷରେ ଠିକ ସେହିଦିନ, ସେହି ସମୟରେ କଂଗ୍ରେସ ଦଳ ତରଫରୁ ରାଜନୀପାଢୀ ଙ୍କୁ ବିରୋଧ କରି ଗଣ୍ଡଳା ମାଁ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ଏକାହଜାରରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିବା ଦେଖିବାକୁ ମିଳିଛି। ଉକ୍ତ ସଭାରେ ପିସିସି କଂଗ୍ରସେ ସଭ୍ୟ ପଦ୍ମ ଚରଣ ସାହୁ, ଗଞ୍ଜାମ ଜିଲ୍ଲା କୃଷକ ସେଲ ସମ୍ପାଦକ ରାମନାରାୟଣ ବିଶ୍ୱାସ ରାୟ, ସୁରେନ୍ଦ୍ର ସାହୁ ଜିଲ୍ଲା ସଭ୍ୟ ଗଣ୍ଡଳା ପଞ୍ଚାୟତ, ରଂଜିତ କୁମାର ପୋଲାଈ ବର୍ତ୍ତମାନ ର ହିଞ୍ଜିଳି କଂଗ୍ରେସ ନଗର ସଭାପତି, ଗଗନ ବିହାରୀ ରାଉତ ହିଞ୍ଜିଳି ବ୍ଲକ କଂଗ୍ରେସ ସଭାପତି, ଶେରଗଡ଼ ବ୍ଲକ କଂଗ୍ରେସ ସଭାପତି କୁନା ବିଷୋୟୀ ପ୍ରମୁଖଙ୍କୁ ନେଇ ଏକ ବିରାଟ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ବର୍ତ୍ତମାନ ର କଂଗ୍ରସ ଦଳରେ ବିଧାୟକ ପ୍ରାର୍ଥୀ ହୋଇଥିବା ବିଜେପି ରୁ ଆମଦାନୀନେତା ରାଜନୀପାଢୀଙ୍କୁ ବିରୋଧ କରାଯିବାସହ ହିଞ୍ଜିଳିରୁ ଏକ ବରିଷ୍ଠ ଜଣାଶୁଣା ବ୍ୟକ୍ତି ବିଶେଷଙ୍କୁ ପ୍ରାର୍ଥୀ କରାଇବାପାଇଁ ଆଲୋଚନା ହୋଇଥିଲା। ଉକ୍ତ ସଭାରେ ସମସ୍ତଙ୍କ ମତାମତ୍ତ ସହ ଏକ ସ୍ୱରରେ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମତ୍ତ ପ୍ରକାଶ ପାଇଥିଲା। ଏହାକୁ ଭିତ୍ତି କରି ଜିଲ୍ଲା ସଭାପତି, ରାଜ୍ୟ କଂଗ୍ରେସ ସଭାପତି ଓ ରାହୁଲଗାନ୍ଧୀଙ୍କୁ ଜଣାଯିବା ଶହ ନୂତନ ନେତା ପରିବର୍ତ୍ତନ ପାଇଁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *