ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜେପି ଯୁବ ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଙ୍କ ପ୍ରଚାର
-ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବୈଠକ ବାଲିକୁଦା ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରଚାର ଆରମ୍ଭ କରାଯାଇଛି ।

ବାଲିକୁଦା-ଏରସମା ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଯୁବ ମୋର୍ଚା ସଭାପତି ସୁବୋଧ ବାରିକ, ରାଜ୍ୟ ଯୁବ ମୋର୍ଚା ପ୍ରଭାରୀ ସୁକାନ୍ତ ବିଶ୍ଵାଳଙ୍କ ସମେତ ଯୁବ ମୋର୍ଚାର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଗାମୀ ନିର୍ବଚନରେ ବୁଥ ସ୍ତରରେ କିପରି ଭୋଟର ମାନଙ୍କୁ ସଚେତନ କରାଯିବ ଓ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ସଚେତନ କରାଯିବ ସେବାବଦରେ ଆଲୋଚନା କରାଯାଇଥିଲା । ଯୁବ ମୋର୍ଚାର କର୍ମକର୍ତ୍ତା ମାନେ ଏହି ନିର୍ବାଚନର ସାରଥୀ ହୋଇ ବିଜେପିକୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ସମୃଦ୍ଧ କରିବେ ସେ ବାବଦରେ ଗୁରୁମନ୍ତ୍ର ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ।
