ବୋଧିଚକ୍ର ଆନୁକୁଲ୍ୟରେ ଚୈତ୍ର ପୂର୍ଣ୍ଣିମା ସଂକ୍ରାନ୍ତୀୟ ଆଲୋଚନାଚକ୍ର

ପୁରୀ ସହରର ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ ବୋଧିଚକ୍ର ଆନୁକୁଲ୍ୟରେ ସ୍ଥାନୀୟ ଜନସେବା କେନ୍ଦ୍ର ପରିସରରେ ରତା ୨୩-୦୪-୨୦୨୪ ରିଖ ସନ୍ଧ୍ୟାରେ ଚୈତ୍ର ପୂର୍ଣ୍ଣିମା ଅବସରରେ ମାସିକ ପାଠଚକ୍ର ସମ୍ପନ୍ନ ହୋଇଯାଇଛି।ଏଥିରେ ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ବୁଦ୍ଧଙ୍କ ପ୍ରତିମା ସମ୍ମୁଖରେ ଦୀପଧୂପାଦି ନୈବେଦ୍ୟ ଅର୍ପଣ ପୂର୍ବକ ବିପାସନା ପଦ୍ଧତିରେ ସମବେତ ବୁଦ୍ଧପ୍ରେମୀମାନେ ସମୂହ ଧ୍ୟାନ କରିଥିଲେ। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼ଃ କାମଦେବ ଦାସ ଯୋଗ ଦେଇ କହିଲେ ଯେ ବୋଦ୍ଧଧର୍ମର ମୌଳିକ ଆଦର୍ଶ ଏବଂ ଆୟୁର୍ବେଦ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଶରୀର, ମନ , ପ୍ରାଣ ସତ୍ତା ମଧ୍ୟରେ ସନ୍ତୁଳନ ସହ ଶୃଙ୍ଖଳିତ ଜୀବନଚର୍ଯ୍ୟା , ମିତାହାର ଏବଂ ମଧ୍ୟମ ପନ୍ଥା ଅନୁଶୀଳନ କରିପାରିଲେ ମନୁଷ୍ୟ ଶାନ୍ତିଲାଭ କରିପାରିବ। ଅଧ୍ୟାପକ ଦେବରାଜ ପ୍ରଧାନ ବିନୟ ପିଟକ ର କେତେ ଗୁଡ଼ିଏ ଗାଥାଗୁଡ଼ିକ ଆବୃତ୍ତି କରି ତାହାର ବିଶଦ୍ ବ୍ୟାଖ୍ୟା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ଶରତ କୁମାର ସାହୁ, ବାସୁଦେବ ସାହୁ , ବିଶ୍ଵନାଥ ମିଶ୍ର, ଅଧ୍ୟାପକ ବିଭୂତି ଭୂଷଣ କର , ଅରୁଣ କୁମାର ମହାନ୍ତି , ରାଜକିଶୋର ସାସମଲ , ଭାଗିରଥି ମହାପାତ୍ର , ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ, ପୁର୍ଣ୍ଣଚନ୍ଦ୍ର ସାହୁ,ଉମେଶ ଚନ୍ଦ୍ର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଅନୁଷ୍ଠାନର ଉପସଭାପତି ଡଃ ବଳରାମ ଦାଶ ସମସ୍ତଙ୍କୁ ଧନ୍ୟବାଦାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *