ସୁନ୍ଦରାକାଣ୍ଡ ଭକ୍ତ ମଣ୍ଡଳର ସହର ପରିକ୍ରମା
ସୁନ୍ଦରାକାଣ୍ଡ ଭକ୍ତ ମଣ୍ଡଳ ପକ୍ଷରୁ ୧୪ତମ ହନୁମାନଙ୍କ ଜନ୍ମ ଉତ୍ସବ ବ୍ୟାସନଗର ର ନନ୍ଦରାମ ବାଟିକା ରେ ପାଳିତ ହୋଇଯାଇଛି l ଏକ ସୁସଜ୍ଜିତ ଗାଡିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଫଟୋ ଶୋଭାଯାତ୍ରାରେ ବାହାରିଥିଲା l ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଜୟ ଶ୍ରୀରାମ ଧ୍ୱନିରେ ସହର କମ୍ପୁଥିଲା l

ନିସ୍ଵାର୍ଥ ସେବା ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା l ସହର ପରିକ୍ରମା ପରେ ନନ୍ଦରାମ ବାଟିକା ରେ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ |
