ନିଶ୍ଚିତ ମତଦାନ ପାଇଁ ସୁଇପ କାର୍ଯ୍ୟକ୍ରମ

ପୁରୀ ୨୫/୪ ଆଗାମୀ ନିର୍ବାଚନ ରେ ସମସ୍ତ ଭୋଟର ମାନେ ନିଶ୍ଚିତ ମତଦାନ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ଆମ ଦେଶ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।ନିର୍ବାଚନ ଗଣତନ୍ତ୍ର ର ମହାପର୍ବ।ଏହି ମହାପର୍ବ ରେ ପ୍ରତ୍ୟେକ ଭୋଟର ସାମିଲ ହୋଇ ନିଜର ବିବେକାନୁମୋଦିତ ମୂଲ୍ୟବାନ ଭୋଟ କୁ ସାବ୍ୟସ୍ତ କରିବାକୁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଅନୁରୋଧ କରିଛନ୍ତି।ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ନିକଟରୁ ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟନ୍ତ ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ବା ସୁଇପ ମାଧ୍ୟମରେ ମତଦାନ ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହାକୁ ଉପଜିଲ୍ଲାପାଳ ଶ୍ରୀ କୁଅଁର ଉଦଘାଟନ କରିବା ସହ ନିଜେ ସାଇକେଲରେ ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟନ୍ତ ଯାଇଥିଲେ।

ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଶ୍ଚିତ ମତଦାନ ପାଇଁ ଅନୁରୋଧ ପତ୍ରଥିବା ପ୍ଲାକାର୍ଡ ମାନ ଧରି ଶୋଭାଯାତ୍ରାରେ ଯାଇଥିଲେ।ନୂତନ ଯୁବ ମତଦାତା ମାନେ ସେମାନଙ୍କ ପ୍ରଥମ ମତଦାନ କୁ ଅତ୍ୟନ୍ତ ସ୍ମରଣୀୟ କରିବା ପାଇଁ ନିଶ୍ଚିତ ମତଦାନ କରିବାକୁ ଯୁବ ଭୋଟର ମାନଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଟି ଆର ଓ ସ୍ମରଣିକା ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ନିର୍ବାଚନ ରେ ନିୟୋଜିତ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *