ଯୁବ ରେଡ଼କ୍ରସର କାର୍ଯ୍ୟକାରିଣୀ ବୈଠକ 

  ନୟାଗଡ଼:୩୧/୦୮-ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ନୟାଗଡ଼ ଜିଲ୍ଲା ଯୁବରେଡ଼କ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଜଙ୍ଗଲ ବିଭାଗ ଅଧିକାରୀ ଏଚ.ଡ଼ି ଧନରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶକ୍ତିପ୍ରସାଦ ମିଶ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ ଓ କନିଷ୍ଠ ରେଡ଼କ୍ରସ ସଂଯୋଜକ ସଞ୍ଜୟ କୁମାର ପ୍ରଧାନ ଯୋଗଦେଇ ଜିଲ୍ଲାର ସମସ୍ତ ଯୁବରେଡ଼କ୍ରସ ପରାମର୍ଶଦାତାଙ୍କୁ ସମାଜ ସେବାରେ ବ୍ରତୀହେବାପାଇଁ ସଂକଳ୍ପ କରାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଚକ୍ରରେ ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର ପ୍ରତି ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଗଠନ ସହ ତାର କାର୍ଯ୍ୟକାରିତା ସମ୍ପର୍କରେ ବିବିଧ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲାର ୩୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରାମର୍ଶଦାତା ଯୋଗଦେଇଥିଲେ। ଆୟୋଜକ ତଥା ଯୁବରେଡ଼କ୍ରସର ପରାମର୍ଶଦାତା ଶ୍ରୀ ସହଦେଵ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ "ତୀର୍ଥକ୍ଷେତ୍ର"

Leave a Reply

Your email address will not be published. Required fields are marked *