ସାମ୍ବାଦିକଙ୍କୁ ଆକ୍ରମଣକରି ଗିରଫ ହେଲା ମଦ ମାଫିଆ
ଗିରଫ ହେଲା ମଦ ମାଫିଆ ସଞ୍ଜୟ ଖୁଣ୍ଟିଆ। ସାମ୍ବାଦିକକୁ ଆକ୍ରମଣ କରିବା ପଡ଼ିଗଲା ମହଙ୍ଗା। ଆଜି ସକାଳେ କିଶୋରନଗର ପୋଲିସ୍ ଓ ମାହାଳ ହାଟ ପୋଲିସ୍ ମିଳିତ ଭାବେ ଗିରଫ କରିଛନ୍ତି ମଦ ମାଫିଆ ସଞ୍ଜୟ ଖୁଣ୍ଟିଆକୁ। ଗତ ଦୁଇ ଦିନ ତଳେ କାର୍ଯ୍ୟରତ ଦୁଇ ସାମ୍ବାଦିକଙ୍କୁ କରିଥିଲା ଆକ୍ରମଣ କୁଖ୍ୟାତ ମଦ ବ୍ୟବସାୟୀ ସଞ୍ଜୟ ଖୁଣ୍ଟିଆ। ଏ ନେଇ ୨୯ ତାରିଖ ଦିନ କିଶୋରନଗର ଥାନାରେ ଏତଲା ଦାୟର ହୋଇଥିଲା। ଆଜି ସକାଳୁ ପୋଲିସ ଗିରଫ କରିଛି ସଞ୍ଜୟ ଖୁଣ୍ଟିଆକୁ। ନିଶ୍ଚିନ୍ତ କୋଇଲି ବ୍ଲକ୍ ବାବୁଜଙ୍ଗ ଗ୍ରାମ ପଞ୍ଚାୟତର ସଞ୍ଜୟ ଖୁଣ୍ଟିଆ ଓରଫ ମଙ୍ଗୁର ଚୋରା ମଦ କାରବାର ଓ ଦବଙ୍ଗ ଗିରିର ମାତ୍ର ଅଧିକ ହେବାରୁ ତାର ପର୍ଦ୍ଧାଫାଶ କରି ତାର କଳା ସାମ୍ରାଜ୍ୟକୁ ପ୍ରଶାସନ ନଜରରେ ଦୃଷ୍ଟି ଗୋଚର କରାଇଥିଲେ ME News Odisha ର କାର୍ଯ୍ୟରତ ଥିବା ସାମ୍ବାଦିକ ଶୁଭକାନ୍ତ ସ୍ୱାଇଁ ଓ ବିଶ୍ୱଜିତ୍ ସାହୁ। ସେପଟେ କିଶୋରନଗର ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜୀବୀ ଓ ସାମ୍ବାଦିକ ସଂଘ ପକ୍ଷରୁ ପ୍ରଶଂସା କରାଯାଇଛି।
ରିପୋର୍ଟ- ମାନସୀ ମିଶ୍ର, ନିଶ୍ଚିନ୍ତ କୋଇଲି।
