ସାକ୍ଷୀଗୋପାଳ ମନ୍ଦିର, ବକୁଳବନ ସୌନ୍ଦର୍ଯ୍ୟ କରଣ ପ୍ରସ୍ତୁତି ବୈଠକ


ସାକ୍ଷୀଗୋପାଳ, ୩୧/୮- ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିର ପାରିପାର୍ଶ୍ୱିକ, ଐତିହାସିକ ବକୁଳବନ ଓ ପଞ୍ଚସଖା ସ୍ମୃତି ସାମାଧିପୁଠ ସୌନ୍ଦର୍ଯ୍ୟ କରଣ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ସତ୍ୟଵାଦୀ ପଞ୍ଚାୟତ ସମିତି ସଭାଗୃହରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ସତ୍ୟଵାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ଐତିହ୍ୟ ପୀଠ ଉନ୍ନୟନ ଯୋଜନା ର ସଫଳ ରୂପାୟନ ନିମନ୍ତେ ଉପସ୍ଥିତି ସେଵାୟତ, ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କର ସହଯୋଗ କାମନା କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ଓ ବକୁଳବନକୁ ପର୍ଯ୍ୟଟକ ମାନଙ୍କ ଗମନାଗମନ ସୁବିଧା ନିମନ୍ତେ ବଜାରରେ ରେଳ ଓଭରବ୍ରିଜ ନିର୍ମାଣ ଏବଂ ସୌନ୍ଦର୍ଯ୍ୟ କରଣ ଯୋଜନା ର ରୁପରେଖ ନେଇ ପ୍ରସ୍ତୁତ ବୈଠକରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା।ପ୍ରସ୍ତାବିତ ଡିଜାଇନର ଡିଜିଟାଲ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ମନ୍ଦିର ଅଞ୍ଚଳରେ ସୌନ୍ଦର୍ଯ୍ୟ କରଣ ମଧ୍ୟରେ ୩ ଟି ତୀର୍ଥ ପୁଷ୍କରିଣୀ ଚନ୍ଦନ ପୋଖରୀ, ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ମନ୍ଦିର ସମ୍ମୁଖ ଭାଗରେ ତୋରଣ, ପାର୍କିଂ ସ୍ଥଳ, ଫୁଟପାଥ, ସଵୁଜିକରଣ, ଆଲୋକିକରଣ, ଜୋତା, ମୋବାଇଲ ଷ୍ଟାଣ୍ଡ, ଭୋଗଦୋକାନ ସହ ମାର୍କେଟ କମ୍ପ୍ଲେକ୍ସ ରେ ଉଚ୍ଛେଦ ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ସେଵାୟାତ ସଂଘ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରାଯିବା ସହ ସୌନ୍ଦର୍ଯ୍ୟ କରଣ ନିମନ୍ତେ ମନ୍ଦିର ନିକଟରେ ରହିଥିବା ଘର ଆବଶ୍ୟକ ଅନୁଜାୟୀ ଉଚ୍ଛେଦ କରାଯିବ। ବକୁଳବନ ରେ ଈଣ୍ଟରପିଟେସନ ସେଣ୍ଟର, ପଞ୍ଚସଖାଙ୍କ ବନଵିଦ୍ୟାଳୟର ସଦୃଶ ଢାଞ୍ଚା, ଫୁଟପାଥ, ନମନିଙ୍ଗା ନାଳ ପୁନରୁଦ୍ଧାର ଓ ଆକର୍ଷଣୀୟ, ମୁକ୍ତ ପ୍ରେକ୍ଷାଳୟ, ସଲଗ୍ନ ଛୋଟଛୋଟ ଦୋକାନ, ବଗିଚା ଓ ଆଲୋକିକରଣ କରାଯିବ। ଏତଦବ୍ୟତୀତ ବକୁଳବନ କୁ ଦୁଇଟି ଅଂଶ ରେ ବିଭକ୍ତ କରାଯାଈ ଗୋଟିଏ ପାର୍ଶ୍ଵରେ ଐତିହାସିକ ତଥ୍ୟ ଓ ଅନ୍ୟ ପାର୍ଶ୍ଵରେ ମନୋରମ ଶିଶୁ ଉଦ୍ୟାନ ର ପରିକଳ୍ପନା କରାଯାଇଛି। ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ଵିଧାୟକ ଆଲୋଚନା କରି ପ୍ରବେଶ ଶୁଳ୍କ ଆଦାୟ ଏବଂ ଶିଶୁ ଉଦ୍ୟାନ କୁ ପିପିପିଇ ସର୍ତ୍ତରେ ପରିଚାଳନା କରିବାକୁ କହିଥିଲେ। ଏହି ପ୍ରକଳ୍ପ ର ଦାୟିତ୍ୱ ସତ୍ୟଵାଦୀ ବିଡ଼ିଓ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଉପରେ ନ୍ୟସ୍ତ ରହିବ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟ ଲୀଳାକ୍ଷେତ୍ର ସିଦ୍ଧଵକୁଳ ମନ୍ଦିର, ପଞ୍ଚସଖା ସମାଧିପୀଠ ସଲଗ୍ନ ପାର୍କ ପୁଷ୍କରିଣୀ ର ବିକାଶ ଅନ୍ତର୍ଭୁକ୍ତ କରାଯାଇଛି। ପସ୍ତୁତି ବୈଠକର ନିଷ୍ପତ୍ତି ନେଇ ଉଚ୍ଚ ଅଧିକାରୀ ଙ୍କୁ ପ୍ରଦାନ କରାଯାଇ ତ୍ଵରାନ୍ୱିତ ଲକ୍ଷ୍ୟ ରଖାଯାଇଛି ଵୋଲି ପ୍ରାରମ୍ଭିକ ସୂଚନା ଦେଇ ବିଡ଼ିଓ କ୍ଷୀରୋଦ କୁମାର ଵେହେରା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ ଯେନା, ସେଵାୟତ ସଂଘ ସଭାପତି ରାମଚନ୍ଦ୍ର ମହାପାତ୍ର, ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ସମେତ ସଦସ୍ୟ ରାମଚନ୍ଦ୍ର ନନ୍ଦ, ସଞ୍ଜୟ ନନ୍ଦ, ଆଲୋକ ଖୁଣ୍ଟିଆ, ଭର୍ଗୋଦେଵ କୋଠାରୀ ଓ ବିଜୟ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ, ମନ୍ଦିର ଇ ଓ ବସନ୍ତ କୁମାର ପ୍ରଧାନ, ରାଜସ୍ଵ ନୀରିକ୍ଷକ ଶ୍ୟାମ ସୁନ୍ଦର ପୁର୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *