ପୁରୀ ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ଅଚାନକ ଚଢାଉ

* ପୁରୀ – ୪/୫ଆର ଟି ଓ ଶ୍ରୀ ରବୀନ ପଟନାୟକଙ୍କ ତତ୍ଵାବଧାନରେ ଏକ ମିଳିତ ଭାବରେ ଅର୍ଥାତ ଏକ୍ସସାଇଜ, ପୋଲିସ , ଆରଟିଓ ଓ ଏ ସମସ୍ତ ବିଭାଗ ର ଅଫିସର ମାନଙ୍କ ଦ୍ୱାରା ତଥା ଶ୍ରୀ ରାଜେଶ କୁମାର ମହାପାତ୍ର (ଏମଭିଆଇ ), ଶ୍ରୀ ଅମିତ କୁମାର ରଣl , (ଆସିଷ୍ଟାଣ୍ଟ ଏମଭିଆଇ), ଶ୍ରୀ ସୁଶାନ୍ତ କୁମାର ପାତ୍ର ( ଟ୍ରାଫିକ ଇନ୍ସପେକ୍ଟର ) ଏବଂ ଅନ୍ୟାନ୍ୟ ଏନ୍ ଫୋର୍ସମେଣ୍ଟ ଟିମ ଙ୍କୁ ନେଇ ସହର ର ବିଭିନ୍ନ ଛକ ରେ ଅଚାନକ ଚଢ଼ାଉ ହୋଇଥିଲା.l ଏଥିରେ ବିଭିନ୍ନ ପ୍ରକାରର ମାମଲା ରୁଜୁ କରାଯାଇଥିଲା l ତଥା ବିନା ହେଲମେଟ 2 ଟି, ଦ୍ରୁତ ଗତି ପାଇଁ 25 ଟି , ମଦ୍ୟ ପାନ କରି ଗାଡି ଚଳାଇବା 11 ଟି, ମୋବାଇଲ ବ୍ୟବହାର କରି ଗାଡି ଚଳାଇବା ରେ 2 ଟି, ଏବଂ ଅନ୍ୟାନ୍ୟ 5 ଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା I ସମୁଦାୟ କେଶ ବାବଦକୁ 5,08,318 ଟଙ୍କା ଜୋରିମାନା କରାଯାଇଥିଲା. I ଏଥିରୁ 29,416 ଟଙ୍କା ମଧ୍ୟ ଆଦାୟ ହୋଇ ଥିଲା. I

ଏଥିରେ ଉଲ୍ଲେଖ ଥାଉକି ଯେ ବିଭିନ୍ନ ପ୍ରକାରର କେଶ ବାବଦରେ ଗାଡିକୁ ଅଫିସ ପରିସର ମଧ୍ୟରେ ଅଟକ ରଖାଯାଇଛି.l ଶ୍ରୀ ପଟନାୟକଙ୍କ କହିବା ଅନୁସାରେ ଆଗାମୀ ଦିନ ମାନଙ୍କରେ ଏଭଳି ଭାବରେ ଚଢ଼ାଉ ଜାରି ରଖାଯିବ l ଏଣୁ ନାଗରିକ ମାନଙ୍କୁ ବିନୀତ ଅନୁରୋଧ କି ସଡକ ସୁରକ୍ଷାର ନିୟମ ମୁତାବକ ଗାଡି ଚଳାଇ ନିଜ ର ଜୀବନ ବଞ୍ଚାଇବା ସହିତ ଅନ୍ୟ ମାନଙ୍କ ଜୀବନ ସୁରକ୍ଷା କରି ପରିବା l

Leave a Reply

Your email address will not be published. Required fields are marked *