– ଘୁ.ଉଦୟଗିରି ବିଧାନ ସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ

କନ୍ଧମାଳ ଜିଲ୍ଲା ବିଜେପି ସଭାପତି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହି, ପୌରାଞ୍ଚଳ ଅଧକ୍ଷା ଦେବସ୍ମିତା ମହାନ୍ତି, ଓକିଲ ରମେଶ ଚନ୍ଦ୍ର ମହାନ୍ତି ଙ୍କ ଉପସ୍ଥିତ ରେ ବାଲିଗୁଡା ସମନିତ୍ୱ ଆଦିବାସି ଉନୟନ ସଂସ୍ଥା କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । । ରାଇକିଆ ବ୍ଳକ ବିଜେପି ସଭାପତି ନାରାୟଣ ପାତ୍ର ଏବଂ ବିଧାନସଭା ସଂଯୋଜକ ସନ୍ତୋଷ ଲେଙ୍କା , ଯୁବ ମୋର୍ଚା ସଭାପତି ସନ୍ତୋଷ ପାତ୍ର ଙ୍କ ନେତୃତ୍ବରେ ଚାରି ଗୋଟି ବ୍ଳକ ରୁ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ମାନଙ୍କ ସହିତ ହନୁମାନ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ ମାନ ଗୋବିନ୍ଦ ପ୍ରଧାନ । ପ୍ରଧାନମନ୍ତ୍ରୀ ଙ୍କ ସ୍ବଛ ସାସନ ଲୋକାଭିମୁଖୀ ଯୋଜନା ର ବିକାଶ ଧାରାକୁ ବଜାଇ ରଖିବା ସହିତ ପ୍ରଧାନମନ୍ତ୍ରୀ ଙ୍କୁ ଭଲପାଇବା ସକାଶେ ଆଜି ହଜାର ହଜାର ଜନ ସମାଗମ ହୋଇ ପାରିଛି ବୋଲି କହିଛନ୍ତି ଜିଲ୍ଲା ସଭାପତି ଜଗନାଥ ସାହୁ ।ଆଜିର କାର୍ଯ୍ୟକ୍ରମ ରେ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ନେତ୍ର ମାନ ସେଠ ଙ୍କ ସହିତ ଚାରି ଗୋଟି ବ୍ଲକ ର ମଣ୍ଡଳ ସଭାପତି ଙ୍କ ସହିତ ହଜାର ହଜାର ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *