କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ କୁମାର ଉତ୍ସବ

କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ କୁମାର ଉତ୍ସବ ; ଶିଳ୍ପୀଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣକୋଣାର୍କ,୨୫.୧୦-(ଜ୍ଞାନ ରଞ୍ଜନ ବିଶ୍ଵାଳ) – ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ଵର୍ଗତ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ରବିବାର ସଂଧ୍ୟାରେ କୁମାର ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ଓଲିଉଡ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ, ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, କଣ୍ଠଶିଳ୍ପୀ ସସ୍ମିତା ଦାସ, ଆଡଦ୍ଭୋକେଟ ରାଜକିଶୋର ସାହୁ , ବ୍ୟାଙ୍କ୍ ଅଧିକାରୀ ରାଜେଶ ଭୁଗ୍ରା ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଗୁରୁ ଗଙ୍ଗାଧର ପ୍ରଧାନ ଓ ତାଙ୍କ ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ସହ କୁମାର ଉତ୍ସବ ଉପରେ ଆଲୋକପାତ କରିଥିଲେ। ଅତିଥି ମାନଙ୍କୁ ସମ୍ବର୍ଧନା ପରେ ଅନୁଷ୍ଠାନର କଳାକାର ତଥା ଶିଳ୍ପୀଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା।

ଶିଳ୍ପୀ ମାନେ ନୃତ୍ୟରେ ଓଡ଼ିଶୀ, ବାଟୁ ନୃତ୍ୟ, ଚଉରା ବନ୍ଦନା, ବନଦୂର୍ଗା ଅଭିନୟ, ବଙ୍ଗାଳୀ ଲୋକନୃତ୍ୟ, ଥୁକୁଲ ଥାକୁଲ ଓ ସମ୍ବଲପୁରୀ ନୃତ୍ୟ ଆଦି ଚିତ୍ତାକର୍ଷକ ଭାବେ ପରିବେଷଣ କରିଥିଲେ। ଏହି ଉତ୍ସବରେ ଶତାଧିକ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। କୋଣାର୍କ ନାଟ୍ୟ ମଣ୍ଡପ ସଭାପତି ଶିବାଶିଷ ପ୍ରଧାନ, ଗୁରୁ ବିଷ୍ଣୁ ସାସମଲ୍, ନୟନି ନାୟକ, ଇତିଶ୍ରୀ ରାୟ, ଶ୍ରେୟାଶ୍ରୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *