କୋରେଇ କଂଗ୍ରେସ ପାର୍ଥୀନୀ ବନ୍ଦିତା ପରିଡା ଙ୍କ ରୋଡ ସୋ
*ନିର୍ବାଚନ ଯେତିକି ପାଖେଇ ଆସୁଛି କୋରେଇ ରାଜନୀତି ସେତେ ସରଗରମ ହେବାରେ ଲାଗିଛି l ଏଥର ନିର୍ବାଚନରେ କୋରେଇ ରେ ଲଢେଇ ଜୋରଦାର ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି l ତିନି ଦଳ ରୁ ତିନି ହେବିୱେଟ ନେତା ମୈଦାନ କୁ ଓଲ୍ହାଇଛନ୍ତି l କଂଗ୍ରେସ ପାର୍ଥୀନୀ ବନ୍ଦିତା ପରିଡା ବ୍ୟାସନଗର ରେ ଏକ ରୋଡ ସୋ କରି ନିଜ ପତିହାରା ଜାହିର କରିଛନ୍ତି l କୁସୁନପୁର ଠାରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ ରେ ହଜାର ହଜାର କର୍ମୀ ସାମିଲ ହୋଇ ଦଳା ଛକ ଠାରେ ପହଂଚି ଥିଲେ l ଆସନ୍ତା ନିର୍ବାଚନ ରେ ବିଜେଡି ଓ ବିଜେପି କୁ ପଛରେ ପକାଇ କଂଗ୍ରେସ ତାର ବିଜୟୀ ଧାରା ବଜାଇ ରଖିବ ବୋଲି ଆଶା ରଖିଥିବା ବିଧାୟିକା ପ୍ରାଥୀନି ବନ୍ଦିତା ପରିଡା କହିଛନ୍ତି l ବିଗତ ଦିନରେ ସେ ସଦା ସର୍ବଦା ଲୋକମାନଙ୍କ ସେବାରେ ଓ ସୁଖ ଦୁଃଖ ରେ ସାଥି ହୋଇଥିବାରୁ କୋରେଇ ବାସି ଏଥର ତାଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ସେ କହିଛନ୍ତି
