ବାଲିକୁଦା ଠାରେ ବିଜେପି ପକ୍ଷରୁ ବୁଥ ସ୍ତରୀୟ ଅଭିଯାନ

ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ତରଫରୁ ବାଲିକୁଦା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ସାତ୍ୟବ୍ରତ ମହାପାତ୍ର, ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ଜିଲ୍ଲା ଉପସଭାପତି ମୋହିତ ମହାନ୍ତି, ଲୋକସଭା ପ୍ରଭାରୀ ପବିତ୍ର ମୋହନ ଦାସ, ବିଧାନସଭା ପ୍ରଭାରୀ ଜଗନ୍ନାଥ ପ୍ରସାଦ ଦାସ, ନୃସିଂହ ସାହୁ, ଅମିତା ଦାସ ପ୍ରମୁଖ ଯୋଗ ଦେଇ ବୁଥ ସ୍ତରୀୟ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ୮ଟି ମଣ୍ଡଳର ମଣ୍ଡଳ ସଭାପତି , ସମସ୍ତ ବୁଥ ସଭାପତି, ବିଭିନ୍ନ ପଞ୍ଚାୟତ ର ବରିଷ୍ଠ ନେତୃତ୍ୱଙ୍କୁ ନେଇ “ବୁଥ୍ ବିଜୟ ଅଭିଯାନ”ର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇ ନିର୍ବାଚନ ସମ୍ଭାଧୀୟ କର୍ମଶାଳାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *