ବିଜୁ ଜନତା ଦଳ ର ଓ୍ବାର୍ଡ ର କର୍ମୀ ସମ୍ମିଳନୀ ଗାନ୍ଧି ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି
ଭଦ୍ରକ ନିର୍ବାଚନ ମଣ୍ଡଳୀ ର ନଗର ୧ନମ୍ବର ଓ୍ବାର୍ଡ ରୁ ୧୫ ନମ୍ବର ଓ୍ବାର୍ଡ ପଯ୍ୟନ୍ତ ବିଜୁ ଜନତା ଦଳ ର ବିଶାଳ କର୍ମୀ ସମ୍ମିଳନୀ ଗାନ୍ଧି ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି | ଏହି ସମ୍ମିଳନୀରେ ବିଜେଡି ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ମଞ୍ଜୁଲତା, ମଣ୍ଡଳ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ବ୍ଲକ ଅଧ୍ୟକ୍ଷା ଉର୍ମିଳାନାୟକ, ଭଦ୍ରକ ମ୍ୟୁନିସପାଲଟିର ଅଧ୍ୟକ୍ଷା ଗୁଲମୁଖୀ ହବିବ,ପୂର୍ବତନ ବ୍ଲକ ଚେୟାରମ୍ୟାନ ଜଗନ୍ନାଥ ସ୍ବାଇଁ , ବରିଷ୍ଠ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହିଥିଲେ |

ଜନ ସମୁଦ୍ର ହୋଇଥିଲା| ୧୫ ଟି ଓ୍ବାର୍ଡ ର କାଉନସିଲର ଏବଂ କର୍ମୀ ଟାଉନ ସଭାପତି ,ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ମାନନୀୟା ସାଂସଦ ଶ୍ରୀ ମତୀ ମଞୁଲତା ମଣ୍ଡଳ କହିଥିଲେ ଭଦ୍ରକ ଜିଲ୍ଲାର ଉନ୍ନତି ମୂଳକ କାର୍ଯ୍ୟ ହୋଇଛି | ଆଗାଦିନ ରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହେବ ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ପାଇଁ ଏ ଥର ନିର୍ବାଚିତ ହେଉଛନ୍ତି | ତେଣୁ ତାଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ଆହ୍ବାନ ଦେଇଥିଲେ | ଭଦ୍ରକ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, କହିଥିଲେ ଆଗାମୀ ଦିନ ରେ ବିଭିନ୍ନ ଉନ୍ନୟନ କାମ ନିଶ୍ଚିତ କରାଯିବ | ଭଦ୍ରକ କଲେଜ କୁ ଇଉନିଭର୍ସିଟି କରାଯିବ ଭଦ୍ରକ ରେ ମେଡିକାଲ କଲେଜ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି କର୍ମୀ ମାନଙ୍କୁ ପ୍ରତି ଶୃତି ଦେଇଥିଲେ,
