ବ୍ରହ୍ମପୁର ଲୋକସଭା କ୍ଷେତ୍ର ପ୍ରାର୍ଥୀଙ୍କ ପକ୍ଷରୁ ମେନିଫେଷ୍ଟୋ ଘୋଷଣା

ବ୍ରହ୍ମପୁର – ବ୍ରହ୍ମପୁର ଲୋକସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନ ମଣ୍ଡଳୀ ପାଇଁ ମେନିଫେଷ୍ଟୋ ଘୋଷଣା କରାଯାଇଛି। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ରେ କଂଗ୍ରେସ ସରକାର ଆସିଲେ ଲୋକଙ୍କ ପ୍ରମୁଖ ସମସ୍ୟାର ସମାଧାନ କରାଯିବ। ଗଞ୍ଜାମ ଜିଲ୍ଲାରେ ବନ୍ଦ ପଡ଼ିଥିବା କାରଖାନା ଗୁଡ଼ିକୁ ପ୍ରଚଳନ କରାଯିବ। ବ୍ରହ୍ମପୁର ମହାନଗର ନିଗମ ଅଧୀନରେ କାର୍ଯ୍ୟରତ ସଫେଇ କର୍ମଚାରୀ ଙ୍କୁ ସରକାରୀ କର୍ମଚାରୀ ଭାବେ ସିକୃତି ପ୍ରଦାନ କରାଯିବ। ସେହିପରି ମତ୍ସ୍ୟଜୀବୀ ଙ୍କ ବିଭିନ୍ନ ପ୍ରମୁଖ ସମସ୍ୟା ଦୂର କରିବା ସହ କୃଷକଙ୍କ ପାଇଁ ଶୀତଳ ଭଣ୍ଡାର ଓ ଜଳ ଯୋଗାଣ ପାଇଁ କେନାଲ ନିର୍ମାଣ କରାଯିବ। ଏହିପରି ସମସ୍ତ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯିବ। ଏ ନେଇ ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ଓଡ଼ିଶା ପର୍ଯ୍ୟବେକ୍ଷକ ହର୍ଷବର୍ଦ୍ଧନ ସପକଲ, ଏଆଇସିସି ସମ୍ପାଦକ ତଥା ଓଡ଼ିଶା କୋ ଇଞ୍ଚାର୍ଜ୍ ମହମ୍ମଦ ଶାହନୱାଜ ଚୌଧୁରୀ, ଏଆଇସିସି ଲିଡର କୁନାଲ ବାନାର୍ଜୀ, ଏଆଇସିସି ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଆରପି ସିଂ, ଜିଲ୍ଲା ସଭାପତି ଦୀପକ ପଟ୍ଟନାୟକ, ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ, ମୋହନା ବିଧାନସଭା ପ୍ରାର୍ଥୀ ଦାଶରଥି ଗମାଙ୍ଗଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ତତ୍ ସତ୍ ସୁବୁଦ୍ଧି ।

Leave a Reply

Your email address will not be published. Required fields are marked *