ନାରାୟଣ ସାହୁଙ୍କ ଅକାଳ ବିୟୋଗ ରେ ସ୍ମୃତି ସଭା
**ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଅନ୍ତର୍ଗତ ବଡ ବିରୁଆଁ ପଞ୍ଚାୟତ ର ସୋଲପଟା ଗ୍ରାମର ନାରାୟଣ ସାହୁ ଙ୍କ ଗତ ୨୫/୪/୨୦୨୪ ରେ ପରଲୋକ ହୋଇଥିଲା l ସେ ୧୯/୦୮/୧୯୫୧ ମସିହା ରେ ଜନ୍ମ ଗ୍ରହଣ କରିଥିଲେ l ସେ ଅତ୍ୟନ୍ତ ଉଦାର ସହନଶିଳ , ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ l ବଡ ବିରୁଆଁ ପଞ୍ଚାୟତ ତଥା ଖଣ୍ଡ ମଣ୍ଡଳ ରେ ଲୋକେ ତାଙ୍କୁ ଭାରି ଭଲ ପାଉଥିଲେ l କାରଣ ସେ ପ୍ରତେକ ଦୁଃଖି ରଙ୍ଖି ଗରିବ ଅସହାୟ ବ୍ୟକ୍ତି ମାନଙ୍କର ନିସ୍ବାର୍ଥପର ଭାବରେ ସେବା କରି ଆସୁଥିଲେ l

ତେଣୁ ତାଙ୍କ ଅକାଳ ବିୟୋଗ ରେ ଆଜି ତାଙ୍କ ପରିବାର,ବନ୍ଧୁ ପରିଜନ, ସାହି ପଡିଶା ର ଲୋକ ମାନେ ଏକ ସ୍ମୃତି ସଭା ଓ ଅର୍ଣ୍ଣ ଦାନ ର ବ୍ୟବସ୍ଥା କରିଥିଲେ l ତାଙ୍କର ଅନେକ ଗୁଡ଼ିଏ କାବ୍ୟ କବିତା ପ୍ରକାଶ କରିଥିଲେ l
