ଡେଲାଙ୍ଗ -ପିପିଲି ଜନକଲ୍ୟାଣ ମଞ୍ଚର ମିଶ୍ରଣ ପର୍ବ ଡେଲାଙ୍ଗ
ଡେଲାଙ୍ଗ -ପିପିଲି ଜନକଲ୍ୟାଣ ମଞ୍ଚର ମିଶ୍ରଣ ପର୍ବ ଡେଲାଙ୍ଗ, ବେରବୋଇ ସ୍ଥିତ ମା ଜାଗୁଳାଇଙ୍କ ପୀଠରେ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବେରବୋଇ ଓ ଗୁଆଳିପଡ଼ା ପଞ୍ଚାୟତର ୧୫ ରୁ ଊର୍ଦ୍ଧ୍ବ ପରିବାର ସେମାନଙ୍କ ପୁରୁଣା ଦଳ ତ୍ୟାଗ କରି ଡେଲାଙ୍ଗ – ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ତଥା ପିପିଲି ବିଧାନସଭା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରାଧାମୋହନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହ ହାତ ମିଳାଇବା ସହ ଜନକଲ୍ୟାଣ ମଞ୍ଚରେ ସାମିଲ ହୋଇଛନ୍ତି। ବରିଷ୍ଠ କର୍ମୀ ପ୍ରହଲ୍ଲାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବ ବୈଠକରେ ମଞ୍ଚର ଆବାହକ ରାଧାମୋହନଙ୍କ ସମେତ ପୁର୍ବତନ ସରପଞ୍ଚ ଦୁର୍ଗା ପ୍ରସାଦ ରାଉତରାୟ, ମୁନିନ୍ଦା ପଞ୍ଚାୟତ ସରପଞ୍ଚ ସେସଦେବ ବାରିକ, ଆଇନଜୀବୀ ପ୍ରମୋଦ ପାତ୍ର, ୱାର୍ଡସଭ୍ୟ ବିଚିତ୍ର ରାଉତ ପ୍ରମୁଖ ଯୋଗଦେଇ ବେରବୋଇ ଓ ଗୁଆଳିପଡ଼ା ପଞ୍ଚାୟତର ନୂତନ ଭାବେ ଆସିଥିବା କର୍ମୀମାନଙ୍କୁ ଜନକଲ୍ୟାଣ ମଞ୍ଚର ଉତ୍ତରୀୟ ପକାଇ ମଞ୍ଚକୁ ସେମାନଙ୍କୁ ସ୍ବାଗତ କରିଥିଲେ। ଆଜିର ମିଶ୍ରଣ ପର୍ବ ବୈଠକରେ ଆଗାମୀ ସଧାରଣ ନିର୍ବାଚନ ପାଇଁ ଅଞ୍ଚଳର ବିଭିନ୍ନ ସମସ୍ୟା ଯଥା ପାନୀୟ ଜଳ ସମସ୍ୟା, ଫନି ସହାୟତା, ଆବାସ ଯୋଜନାରେ ଅନିୟମିତତା ଆଦି ଗୁଡିକ ନିର୍ବାଚନୀ ମୁଦ୍ଦା କରି ଏହି ନିର୍ବାଚନୀ ବୈତରଣୀ ପାର ହେବାକୁ ନିଷ୍ପତି ନିଆଯାଇଥିଲା। ଏହି ମିଶ୍ରଣ ପର୍ବରେ ପ୍ରହଲ୍ଲାଦ ପ୍ରଧାନ, ପ୍ରକାଶ ନାୟକ, ଜବାହରଲାଲ ବିଶ୍ଵାଳ, ମାନସ ସ୍ବାଇଁ, ଓକିଲ ପ୍ରଧାନ, ପ୍ରଫୁଲ୍ଲ ବାରିକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମହେଶ୍ୱର ଦାସ, ଉମାକାନ୍ତ ମହାପାତ୍ର, ପ୍ରକାଶ ଛାଟୋଇ, ସନ୍ତୋଷ ପଣ୍ଡା, ମାନସ ଦଳେଇ ପ୍ରମୁଖ ଯୋଗଦେଇ ଥିଲେ।
