ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ପକ୍ଷରୁ ପ୍ରଚାର କୁ ଜୋରଦାର କରାଯାଇଛି
– ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ପକ୍ଷରୁ ପ୍ରଚାର କୁ ଜୋରଦାର କରାଯାଇଛି । ପୋୖରାଞ୍ଚଳ ର ତିନି ନମ୍ବର ୱାର୍ଡ ଗୋପାଳସାଗର ସାଇ ମନ୍ଦିର ନିକଟରୁ ଆଜି ପୂଜାର୍ଚ୍ଚନା କରାଯିବା ସହିତ ଘରକୁ ଘର ବୁଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ସମାଜସେବୀ ରାଜେନ୍ଦ୍ର ପ୍ରସାଦ ଲେଙ୍କା, ଯୁବ ନେତା ସମ୍ବିତ ଲେଙ୍କା, ଯୁବ ନେତା ଆଲୋକ ଖୁଣ୍ଟିଆ ଙ୍କ ସହିତ ବହୁ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ । ତେବେ ଘରକୁ ଘର ବୁଲି କ୍ୟାମ୍ପେନିଂ କରିବା ସହିତ ପୁସିଂ କାର୍ଡ ବାଣ୍ଟି ଥିଲେ ।
